ବଡ଼ବିଲ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

0 2

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସରରେ  ଉଦଘାଟିତ ହୋଇଛି। ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ ମହାନ୍ତ ଯୋଗ ଦେଇ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଏସମଡିସି ସଦସ୍ୟ ରାମୁ କର୍ମକାର, ଦୀପେନ୍ଦୁ ରଣା, ଶଙ୍କର କୋନାର ପ୍ରମୁଖ ଉପସ୍ଥିତ ଥିଲେ। ବାର୍ଷିକ କ୍ରୀଡା ଦୁଇ ଦିନ ଧରି ଚାଲିବ ଏବଂ ଏଥିରେ ୧୦୦ ମିଟର ଦୌଡ଼, ସଟପୁଟ, ଡିସକସ, କ୍ୟାରମ, ମୁଜିକଲ ଚେୟାର, ବାଲାନ୍ସ ଦୌଡ଼, ଲଙ୍ଗ ଜମ୍ପ, ହାଇ ଜମ୍ପ ଇତ୍ୟାଦି ଖେଳ ପ୍ରତିଯୋଗିତାକୁ ସାମିଲ କରାଯାଇଛି ବୋଲି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତରାଣୀ ନନ୍ଦ ସୂଚନା ଦେଇଛନ୍ତି।

Leave A Reply

Your email address will not be published.