ପୂଜ୍ୟ ପୂଜାକୁ ସମ୍ମାନ : ଜୟ ଓଡ଼ିଶା ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ଅଭିଯାନ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ): ସ୍ୱଚ୍ଛ ସମ୍ମାନ କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତି ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ  ଓଡ଼ିଶା ଆରମ୍ଭ କରିଛି ଏହାର ଏକ ନୂତନ ଅଭିଯାନ।ଦୀର୍ଘ ବର୍ଷେ ଧରି ଜୟ ଓଡ଼ିଶା ର ସଦସ୍ୟ ମିଶି ଭୁବନେଶ୍ୱର ର ୧୬ ଟି ମୂର୍ତ୍ତି କୁ ପ୍ରତି ସପ୍ତାହରେ ସଫା କରି ପୁଷ୍ପ ଅର୍ପଣ କରୁଥିବା ବେଳେ ଏହାକୁ  ଭୁନେଶ୍ୱର ବ୍ୟାପି କରିବା ନିମନ୍ତେ “ଜୟ ଓଡ଼ିଶା” ର ସଭ୍ୟ ମିଶି ସହରରେ ସର୍ବମୋଟ ୭୩ ଟି ମହାପୁରୁଷଙ୍କ ମୂର୍ତ୍ତି ଠାବ କରିଛନ୍ତି ଓ ସେସବୁର ନିୟମିତ ସ୍ବଚ୍ଛତାର ଧ୍ୟାନ ରଖିବା  ନିମନ୍ତେ ଭୁବନେଶ୍ୱର ରୁ ୩୦ଜଣ  “ସ୍ୱଚ୍ଛ ସମ୍ମାନ ପ୍ରତିନିଧି” ଚୟନ କରିଛି ।

ଏହି ଅବସର ରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଏବଂ ଜୟ ଓଡ଼ିଶାର ବରିଷ୍ଠ ଉପଦେଷ୍ଟା ଡ଼ଃ ଜଗନ୍ନାଥ ମହାପାତ୍ର  ସହ ଯୋଗ ଦେଇ ସମସ୍ତ ସଭ୍ୟ ଙ୍କୁ ଉତ୍ସାହିତ କରିଥିଲେ। ତତସହିତ ଉଇନର୍ ଆସୋସିଏସନ୍,ମା ମଙ୍ଗଳା ୟୁଥ କ୍ଲବ, ଆମ୍ବିସନ୍ କ୍ଲବ,ୟୁଥ ଆସୋସିଏସନ୍,କେଦରସ୍ୱରି ୟୁଥ କ୍ଲବ, ରସୁଲଗଡ଼ ଦୁର୍ଗା ପୂଜା କମିଟି ଏବଂ ଅନ୍ୟାନ୍ୟ ସମସ୍ତ ସଂଗଠନ ର ସଭ୍ୟ ଙ୍କୁ ଏହି କାର୍ଯ୍ୟକ୍ରମ ର ଅଂଶ ହୋଇଥିବାରୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇ ଜୟ ଓଡ଼ିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି “ଏହି ପୂର୍ବପୁରୁଷ ମାନେ ଆମ୍ଭ ମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ବହୁତ କଷ୍ଟ କରିଥିଲେ । ସେମାନଙ୍କ ତ୍ୟାଗ ଓ ବଳିଦାନର ଭିତ୍ତିଭୂମି ଉପରେ ଆମ ଜୀବନ ପରିପୁଷ୍ଟ । ତେଣୁ ସେହି ମହାପୁରୁଷ ମାନଙ୍କ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କ ମୂର୍ତ୍ତିକୁ ସଫା କରିବା ପରୋକ୍ଷ ରେ ବାପା ମା ଙ୍କୁ ସମ୍ମାନିତ କରିବା ସହିତ ସମାନ। ତେଣୁ ସମସ୍ତ ସଂଗଠନ , କ୍ଲବ ଏବଂ ଜନ ସାଧରଣଙ୍କୁ ମଧ୍ୟ ଅନୁରୋଧ କରିବି ଏହି କାମ ରେ ଯୋଗଦାନ କରିବା ପାଇଁ। ଏଯାବତ ରାଜଧାନୀରେ ରେ ୭୩ ଟି ମୂର୍ତ୍ତି ଠାବ ହୋଇଥିଲେ ମଧ୍ୟ ଯଦି କୌଣସି  କାରଣ ରୁ କିଛି ଅଞ୍ଚଳ ରେ ମୂର୍ତ୍ତି ଆମ ନଜର କୁ ଆସିନାହିଁ ତେବେ ଆମକୁ ନିଶ୍ଚୟ ଜଣାଇବାକୁ ଅନୁରୋଧ । ଯଦ୍ଵାରା ଆମେ ସେହି ସବୁ ମୂର୍ତ୍ତିର ମଧ୍ୟ ରକ୍ଷଣା ବେକ୍ଷଣ ଓ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବୁ।ସହରର ସମସ୍ତ ମୂର୍ତ୍ତି କୁ ସଫା ରଖିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ “ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି ।

Leave A Reply

Your email address will not be published.