ବାହାଡ଼ାଝୋଲା ବାଳିକା ହାଇସ୍କୁଲର କ୍ରୀଡା ଓ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ 

0 3

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ନୁଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ର ଓ ଶନିବାର ଦୁଇ ଦିନ ବ୍ୟାପୀ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ମୋ ସ୍କୁଲ ସଭାନେତ୍ରୀ ପୁଷ୍ପଲତା ସାହୁଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ  କ୍ରୀଡା ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ବାହାଡାଝୋଲା ସମିତି ସଭ୍ୟା ଛବିରାଣୀ ସାହୁ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା, ଆର୍ମି ଭେଟେରାନ ତଥା ଖବରଦାତା ଆଦର୍ଶ ପଟ୍ଟନାୟକ, ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ଶରତଚନ୍ଦ୍ର ବେହେରା, ବୟୋବୃଦ୍ଧ ଅବସରପ୍ରାପ୍ତ ଶିକ୍ଷକ ଗୋଲକ ବିହାରୀ ସାହୁ, ସମାଜସେବୀ ପ୍ରଦୀପ ଉତରକବାଟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ସଭାକାର୍ଯ୍ୟ ପରିଚାଳନା  କରିଥିବା ବେଳେ କ୍ରୀଡା ଶିକ୍ଷୟିତ୍ରୀ ନିରୁପମା ଦାସ ୨୦୧୯/୨୦ ର ବାର୍ଷିକ ଉତ୍ସବ  ଓ କ୍ରୀଡା ବିବରଣୀ ପାଠ କରିଥିଲେ । ବାହାଡାଝୋଲା ଭଳି ଏକ ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ  ଅଂଚଳରେ ନାରୀ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ୩୪ବର୍ଷ ପୂର୍ବେ ଏହି ବିଦ୍ୟାଳୟର ପରିକଳ୍ପନା ଯେଉଁମାନେ କରିଥିଲେ ସେମାନଙ୍କ ସ୍ମୃତିଚାରଣ ପୂର୍ବକ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଭାରତୀୟ ନାରୀ ଅବଳା କି ଦୁର୍ବଳ ଏହା ଏକ ଆଳଙ୍କରିକ  ଶବ୍ଦମାତ୍ର । ସେ ବୀରାଙ୍ଗନା ଏବଂ ସାହାସୀ । ଝିଅ ମାନେ କେବେବି ନିଜକୁ ଦୁର୍ବଳା ନଭାବି ନିଜ ବିବେକ ଅନୁସାରେ କାର୍ଯ୍ୟକରିବାକୁ ମୁଖ୍ୟବକ୍ତା କହିଥିଲେ । କ୍ରୀଡା ନାରୀକୁ ଅଧିକା ଶକ୍ତ ଏବଂ ସଶକ୍ତ କରିଥାଏ । ତେଣୁ ସୁଯୋଗକୁ ହାତଛଡା କରିବା ଉଚିତ ନୁହେଁ । ବାଲ୍ୟ ବିବାହକୁ ବିରୋଧ କରିବା ପାଇଁ ସଚେତନ ରହିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ମାନବ ସେବା, ମାଧବ ସେବା ନାଟକ ଓ ସମ୍ବଲପୁରୀ ଡାଲଖାଇ ନୃତ୍ୟ ସମସ୍ତଙ୍କୁ ବିଭୋର କରିଥିଲା । ବିଭିନ୍ନ ଖେଳରେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଏବଂ ସର୍ବଗୁଣା ସମ୍ପନ୍ନା ଅଲିଭା ପ୍ରିୟଦର୍ଶିନୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରିଥିଲେ । 

 

Leave A Reply

Your email address will not be published.