ପଦ୍ମପୁର : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୩୭ତମ ବାର୍ଷିକ କ୍ରିଡା ସମାରୋହ ଶନିବାର ଅନ୍ତିମ ଦିବସ ପ୍ରାତଃ ପର୍ଯ୍ୟନ୍ତରେ ସମାଜ ସେବୀ ନିରୋଜ ଦୋରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍କୟ କୁମାର ଦରୱାନ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଧୂଜା ବରଣ ସହ ଜ୍ଯୋତି ନିର୍ବାପଣ କରିଥିଲେ । ସର୍ବ ଶ୍ରେଷ୍ଠ ଖେଳାଳି ମାନଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ସଭାପତି ଦ୍ବାଦଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ପଦ୍ମପୁର ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଯୋଗଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ଯ ଯୁବ ରାଜ ପ୍ରଧାନ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ।ସର୍ବ ଶ୍ରେଷ୍ଠ ଖେଳାଳି ଭାବରେ ପ୍ରାଥମିକ ବର୍ଗରୁ ଅଙ୍କିତା ଶତପଥୀ, ଜ୍ଯୋତ୍ସ୍ନା ବାଗ, ଶିଶୁ ବର୍ଗରୁ ଶ୍ରୀକାନ୍ତ ସାହୁ, ବର୍ଷାରାଣୀ ଥନାପତି, ବାଳବର୍ଗରୁ ରାହୁଳ ଦାଶ, ମାନିନୀ ତୁରିଆ, କିଶୋର ବର୍ଗରୁ ଶୁଭମ ଦାନୀ, କ୍ଷୀରଦ୍ଦୀ ପାଣ୍ତେ, ଆଲଫ୍ରୋ ପ୍ରିୟ ଦର୍ଶନୀ ପଟେଲ ପ୍ରମୁଖଙ୍କୁ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା।ସଭା ପ୍ରାରମ୍ଭରେ ଶିଶୁ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ସହ ନୃତ୍ୟ ପ୍ରଦର୍ଶନ ପରିବେଷଣ କରିଥିଲେ। ଉକ୍ତ କ୍ରୀଡା ସମାରୋହରେ ସମସ୍ତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ଗୁରୁଜୀ ମାନଙ୍କ ୧୦୦ ଦୌଡ, ଅଭିଭାବକ ମାନଙ୍କୁ ୨୦୦ମି ଦୌଡ, ଅଭିଭାବିକା ଓ ଗୁରୁମା ମାନଙ୍କ ଭାର ସାମ୍ଯ ଦୌଡ ପ୍ରତିଯୋଗୀତା ସମସ୍ତ ଶିଶୁ ମାନଙ୍କୁ ଅତିନ୍ତ ଉତ୍ସାହିତ କରିଥିଲା।କାର୍ଯ୍ୟକ୍ରମ କୁ ଗୁରୁମା କଲ୍ଯାଣୀ ମିଶ୍ର ସଂଯୋଜନା କରିଥିବା ବେଳେ ମୁଖ୍ଯ ଅତିଥି ସ୍ଥାନୀୟ ସଂପାଦକ ଆଶିଷ କୁମାର ମିଶ୍ରଯୋଗଦାନ କରିଥିଲେ ।ଶେଷରେ ସଭାପତି ଦ୍ବାଦଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ଗୁରୁଜୀ ଗୁରୁମାଙ୍କ ସହଯୋଗ କରି ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.