ଯେତେ ପଢିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ 

0 2

ଚିକିତ୍ସା ଅବହେଳାରୁ  ମାଆ ଗର୍ଭରେ ଶିଶୁର ମୃତ ଅଭିଯୋଗ ।

ମୋ ସରକାର ବୁଲି ତାଗିଦ କଲା ପରେ ବି ବଦଳିନି ଚରିତ୍ର 

ପାଣ୍ଡିଆନଙ୍କ ତୋଫାନି ଯାତ୍ରା ତୋଫାନ ଭଳି ନୁହେଁ ତ 

ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି  କାର୍ଯ୍ୟକ୍ରମ ଉପରେ ଉଠିଲା ପ୍ରଶ୍ନ 

 ଚାରିମାସ ହେଲା ସ୍ତ୍ରୀଙ୍କ ଏଚଆଇଭି  ପଜିଟିଭ, ସ୍ୱାମୀଙ୍କ ପରୀକ୍ଷା ହୋଇନି 

ବାରିପଦା , (ଦିଲ୍ଲୀପ ମହାନ୍ତି):ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ଡାକ୍ତରଙ୍କର ଅବହେଳା  କାରଣରୁ ଏଚଆଇଭି ସଂକ୍ରମିତ ପ୍ରସୂତୀ ସନ୍ତାନ ଜନ୍ମ କରିବା ପୁର୍ବରୁ ମାଆର ଗର୍ଭ ରେ ହିଁ  ମୃତ୍ୟୁ ହୋଇଯାଇଛି ।

ତେବେ ସୂଚନା ଅନୁଯାୟୀ ୧୨ ଡିସେମ୍ବର ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚ ଆଇ ଭି ସଂକ୍ରମିତ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ଆଶାକର୍ମୀ  ସହାୟତାରେ  ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ହସ୍ପିଟାଲରେ ରାତି ପ୍ରାୟ ୧୨ଟା ସମୟରେ ପହଞ୍ଚି ଥିଲେ । ହେଲେ ରାତି ଯାକ ଗର୍ଭ ଜନ୍ତ୍ରଣାରେ ରହିବା ପରେ ତାଙ୍କୁ ସଠିକ ଚିକିତ୍ସା ଯୋଗାଇ ଦିଆଯାଇନଥିଲା ଏବଂ ଡିସେମ୍ବର ୧୩ ତାରିଖ ପୂର୍ବାହ୍ନରେ ଡାକ୍ତର ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମୃତବୋଲି ଘୋଷଣା କରିଥିଲେ । ହେଲେ ଗର୍ଭରେ ଥିବା ମଲା ପିଲାଟିକୁ କାଢିବାପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ତେବେ ଆଜି ସକାଳୁ ଗଣମାଧ୍ୟମ ଡାକ୍ତରଖାନାରେ ପହଞ୍ଚିବା ପରେ ମହିଳାଙ୍କୁ ଅପରେସନ କରାଯାଇ ମୃତ ପିଲାଟିକୁ କଢାଯିବାର ବ୍ୟବସ୍ଥା କରାଯାଇଛି । ତେବେ କିଛି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଚ୍ଆଇଭି ସଂକ୍ରମିତ ହେତୁ ମହିଳାଙ୍କ ସେବାରେ ଡାକ୍ତରଖାନା ପକ୍ଷରୁ ବିଳମ୍ବ କରାଯାଇଥିବାର ଅଭିଯୋଗ ଆସିଛି । ଆଉ ଗୋଟେ କଥା ମୃତାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ଚାରିମାସ ହେଲା ସ୍ତ୍ରୀଙ୍କ ଏଚଆଇଭି  ପଜିଟିଭ ବାହାରିଥିଲା | ହେଲେ ତୁମର ପରୀକ୍ଷା ହୋଇଛି କି ବୋଲି ପ୍ରଶ୍ନ ହେବାରେ ତାଙ୍କର ପରୀକ୍ଷା ହୋଇନି ବୋଲି  ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ବଦଳରେ ମେଡିକାଲ କଲେଜ ହସପିଟାଲରେ ଡାକ୍ତରଙ୍କର ଅବହେଳାକୁ ନେଇ ସରକାରଙ୍କ ୫ଟି ଯୋଜନା ପ୍ରହସନ ପାଲଟିଥିବା ସାଧାରଣ ରେ ଚର୍ଚ୍ଚା ଯୋର ଧରିଛି |

 

 

Leave A Reply

Your email address will not be published.