ବେଲପଡାରେ ଜିଲ୍ଲାସ୍ତରୀୟ ବିଜ୍ଞାନ,ଗଣିତ,ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ

0 2

୯୦ ପ୍ରକଳ୍ପ ପ୍ରଦର୍ଶନ କଲେ କୁନିକୁନି ବୈଜ୍ଞାନିକ

ବଲାଙ୍ଗୀର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର):ବଲାଙ୍ଗିର ଜିଲ୍ଲା ବେଲପଡା ଡିଆର ମେହେର ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବିଜ୍ଞାନ ,ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ୧୨ ତାରିଖ ବିଜ୍ଞାନ ମେଳା ଓ ଡିଆର ମେହେର ହାଇସ୍କୁଲର ବାର୍ଷିକ ଉତ୍ସବ ଉଦଘାଟିତ ହୋଇଥିଲା | ଶୁକ୍ରବାର  ଦ୍ୱିତୀୟ ଦିବସବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଅବସରରେ ଅନୁଷ୍ଠିତ  ସଭାରେ ବେଲପଡା ବ୍ଲକ ଶିକ୍ଷାଧିକାରୀବୈକୁଣ୍ଠନାଥ ଶବର ସଭାପତିତ୍ୱ କରିଥିଲା ବେଳେ ଜିଲ୍ଲା ବିଜ୍ଞାନ ଶିକ୍ଷକ ସରୋଜ 

କୁମାର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶୁକ୍ରବାର ସକାଳର ମୁଖ୍ୟ ଅତିଥି ଭାବରେ  ପରିବେଶବିତ  ତଥା ବୈଜ୍ଞାନିକ ଡକ୍ଟର ସତ୍ୟନାରାୟଣ ନନ୍ଦ ଯୋଗ ଦେଇ ଡିଜିଟାଲ ବୈଦ୍ୟୁତିକ ସୁଇଜ ଅନ କରି ବିଜ୍ଞାନ ପତାକା ଉତ୍ତୋଳନ କରି ମେଳାର ଶୁଭାରମ୍ଭ କରିଥିଲେ |  ପ୍ରକଳ୍ପରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଶ୍ରୀ ନନ୍ଦ ଓ ସମ୍ମାନିତ ଅତିଥି ଭାରେ ନୀଲମଣି ପଟେଲ ଜିଲ୍ଲା ବିଜ୍ଞାନ ତତ୍ତ୍ୱବଧାରକ, ତ୍ରୀବିକ୍ରମ ମହାକୁଡ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡି ଆର ମେହେର ହାଇସ୍କୁଲ), ତ୍ରୀବିକ୍ରମ ମିଶ୍ର(ଅବସରପ୍ରାପ୍ତ ଅଧ୍ୟକ୍ଷ ଡିଏଭି କଲେଜ ଟିଟିଲାଗଡ), ମୁଖ୍ୟବକ୍ତା ଭାବେ ଶଙ୍କର ପ୍ରସାଦ ଜୈନ (ଚେୟାରମେନ ଆସ୍ଥା ପବ୍ଲିକ ସ୍କୁଲ,ବେଲପଡା),ଚିତ୍ତ ରଂଜନ ପଣ୍ଡା (ପ୍ରଧାନ ଶିକ୍ଷକ ଡିଆର ମେହେର ହାଇସ୍କୁଲ)ମଂଚାସିନ ରହିଥିଲେ । ମୁଖ୍ୟବକ୍ତା ଶ୍ରୀ ଜୈନ ଛାତ୍ରମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ଓ ଉଦ୍ଭାବନ ଜନିତ ଚିନ୍ତାଧାରା ଅଧିକରୁ ଅଧିକ ଦେବା ପାଇଁ ଶିକ୍ଷକମାନଙ୍କୁ ଅନୁରୋଧ କରିଥିବା ବେଳେ  ଅତିଥି ଶ୍ରୀ ମିଶ୍ର ସତ୍ୟକୁଖୋଜିବାହାର କରିବାର ପ୍ରୟାସ ହେଉଛି ବିଜ୍ଞାନ ବୋଲି ମତ ଦେଇଥିଲେ | ସେହିପରି ମୁଖ୍ୟ ଅତିଥି ଡକ୍ଟର ନନ୍ଦ ତାଙ୍କ  ବକ୍ତବ୍ୟରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେବାସହ ବିଭିନ୍ନ ସୁଚିନ୍ତିତ ପରାମର୍ଶ ଦେଇଥିଲେ | ଯଦି ପରିବେଶ ଉପରେ ସଚେତନ ନ ହେବା, ତାହେଲେ ବିଜ୍ଞାନ  ଉନ୍ନତି କରିବା ପରିବର୍ତ୍ତେ ମାନବସଭ୍ୟତାକୁ ଧ୍ୱସଂ ଆଡକୁ ନେବବୋଲି ଡ଼ ନନ୍ଦ ମତ ଦେଇଥିଲେ । ଜିଲ୍ଲା ବିଜ୍ଞାନ  ଅଧିକାରୀ  ନିଳମଣି ପଟେଲ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।  ତତ୍ତ୍ୱବଧାରକମେଲାରେ ଜିଲ୍ଲା ର ବିଭିନ୍ନ ୩୦ଟି  ସ୍କୁଲରୁ ବିଜ୍ଞାନ, ଗଣିତ  ,ପରିବେଶ ସମ୍ବନ୍ଧୀୟ  ୯୦ ଟି ପ୍ରକଳ୍ପସ୍ଥାନ ପାଇଁଥିଲା | ବିଚାରକ ଭାବରେ ସୁରେଶ କୁମାର ମିଶ୍ର, ରାଧେଶ୍ୟାମ ଯୋଷୀ, ଗୀତିକୃଷ୍ଣ ଯୋଶୀ,  ,ଅଙ୍ଗିରା ସାହୁ, ରଜତ କୁମାର ମିଶ୍ର, ଶ୍ରୀକାନ୍ତ ପଟେଲ ବିଭିନ୍ନ ପ୍ରକଳ୍ପ ବୁଲି ମୁଲ୍ୟାଙ୍କନ କରିଛନ୍ତି । ମେଲା ଦେଖିବା ପାଇଁ ବିଭିନ୍ନ ବ୍ଲକ ତଥା ବ୍ଲକ ର ବିଭିନ୍ନ ବିଦ୍ୟାଳୟମାନଙ୍କରୁ ପ୍ରବଳ ଭିଡ ଲାଗି ରହିଥିଲା । 

ସାନ୍ଧ୍ୟ ଅଧିବେସନର ମୁଖ୍ୟ ଅତିଥୀ ଭାବରେ ବୈଜୟନ୍ତୀ ପାଣିଗ୍ରାହୀ ବେଲପଡା ପଂଚାୟତ ସମିତି ଅଧ୍ୟକ୍ଷା,ମୁଖ୍ୟବକ୍ତା ଭାବରେ ହାସ୍ୟକବି ରସରାଜ ଅଚ୍ୟୁଦାନନ୍ଦ ପୁରୋହିତ ଯୋଗ ଦେଇ ହାସ୍ୟକବିତା ମାଧ୍ୟମରେ ବିଜ୍ଞାନର ଉପକାରିତା ଓ ଅପକାରିତା ବିଷୟରେ ବକ୍ତବ୍ୟ ଦେଇ  ଚିତାକର୍ଷକ ଭାଷଣ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ସୋମନାଥ ପ୍ରଧାନ, ଉପଜିଲ୍ଲା ପାଳ ପାଟଣାଗଡ,ଦେବୀ ପ୍ରସାଦ ନାଏକ(ଡିଏସପିପୋଷ୍ଟାଲ ),ରୁକ୍ମଣ ସୁନା(ବ୍ଲକ ଉପାଧ୍ୟକ୍ଷ) ,ମହେନ୍ଦ୍ର ସେଠ(ଜେଡ ପି ସଭ୍ୟ)ଯୋଗ ଦେଇଥିଲେ ।) ପରେ ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ପଦର୍ଶିତ ହୋଇଥିଲା । 

 

 

 

 

Leave A Reply

Your email address will not be published.