ବାରିପଦା(Dillip Mohanty)- ଜଣେ ଏଚଆଇଭି ରୋଗୀ କଷ୍ଟ ସହି ନ ପାରି କିରାସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି।ଏହିପରି ଏକ ଦୁଃଖଦାୟକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମ ରେ। ମୃତ ଯୁବକ ହେଲେ ରବିନ୍ଦ୍ର ତାମୁଡ଼ିଆ।ମୃତକ ଙ୍କ ପରିବାର ରେ କେହି ନ ଥିବାରୁ ଗାଁ ମୁଣ୍ଡରେ ଏକୁଟିଆ ରହୁଥିଲେ।ତେବେ ଦୀର୍ଘ ଦିନ ହେଲା ଚିକିତ୍ସିତ ହୋଇ ଆସୁଥିଲେ ମଧ୍ୟ ମାନସିକ ଚାପ ଯୋଗୁଁ ଆଜି ସନ୍ଧ୍ୟାରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇ ଜୀବନ ହାରିଥିବା କୁହାଯାଉଛି। ତାଙ୍କ ଶରୀରରେ ପ୍ରାୟ ଅଶୀ ଭାଗ ଜଳି ଯାଇଥିବା ଅବସ୍ଥା ରେ ରାଇରଙ୍ଗପୁର ଡାକ୍ତରଖାନା କୁ ଅଣାଯାଇଥିଲା ।କିନ୍ତୁ କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.