ପ୍ରସ୍ତାବିତ ନୁତନ ବସଷ୍ଟାଣ୍ଡ ପାଇଁ ଅଂଟା ଭିଡିଲା ପ୍ରଶାସନ 

0 2

ମନ୍ତ୍ରୀ ଶ୍ରୀ ମାରାଣ୍ଡି ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ  ଜମି ଅଧିଗ୍ରହଣ କାର୍ଯ୍ୟାରମ୍ଭ । 

 ବାରିପଦା ,(ଦିଲ୍ଲୀପ ମହାନ୍ତି): ବାରିପଦା ସହର ମଧ୍ୟରେ ଥିବା ୪୨ ବର୍ଷର ପୁରଣା ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଏବେ ବସଷ୍ଟାଣ୍ଡଟି  ଜନଗହଳି ପୂର୍ଣ ଅଞ୍ଚଳରେ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନରୁ ବିଭିନ୍ନ ସଂଗଠନ ପକ୍ଷରୁ ବସଷ୍ଟାଣ୍ଡର ସ୍ଥାନାନ୍ତର  ଦାବି ହୋଇ ଆସୁଛି ।  ଏବେ ଏନେଇ ଜମି ଅଧିଗ୍ରହଣ ପକ୍ରିୟା ଆରମ୍ଭ ହୋଇସାରିଛି । ଜାତୀୟ ରାଜପଥ ୧୮ ପାର୍ଶ୍ଵରେ ଦାରୋଗାଡାହି ଗୋଲେଇ ନିକଟରେ ସ୍ଥାନ ଚିହ୍ନଟ ହୋଇ ଏହାର ସ୍ଥାନାନ୍ତରିକରଣ ହେବାର ଯୋଜନା ହୋଇସାରିଲାଣି । ଏବେ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାବେଳେ ରାଜପଥକୁ ବସଷ୍ଟାଣ୍ଡର ସଂଯୋଗିକରଣ ଏବଂ ଲୋକଙ୍କ ସୁରକ୍ଷା ସହ ବସ ଗୁଡିକ କିପରି ରାଜପଥକୁ ଯିବା ଆସିବାରେ ସହାୟକ ହେବ ସେ ନେଇ  ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଉପସ୍ଥିତିରେ  ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଜାତୀୟ ରାଜପଥ  ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ଖୁବଶୀଘ୍ର ଏହି ନୂତନ ବାସ ଟର୍ମିନାଲର ନିର୍ମାଣ କାର୍ଯ୍ୟ  ଆରମ୍ଭ ହେବାର ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ତେବେ ବର୍ତ୍ତମାନର ବସଷ୍ଟାଣ୍ଡଟିର ସ୍ଥାନ ସଂକୀର୍ଣ୍ଣତା ହେବା ସହ ସହର ମଧ୍ୟରେ ଜନଗହଳି ଭିତରେ ବସଗୁଡିକ ଯିବାଆସିବା କରିବାକୁ ଅସୁବିଧା ଭୋଗ କରୁଛନ୍ତି । ଏଣୁ ଶିଘ୍ର ବାରିପଦା ବସଷ୍ଟାଣ୍ଡଟି ନୁତନ ସ୍ଥାନରେ କାର୍ଯ୍ୟକ୍ଷମ ହେଲେ ଜନସାଧାରଣଙ୍କ ସହ ସମସ୍ତଙ୍କୁ ସୁହାଇବ ବୋଲି କହିଛନ୍ତି ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନୀଲ ଦାଶ ।

 

Leave A Reply

Your email address will not be published.