ଅବକାରୀ ଚଢ଼ାଉ , ଏକ ହଜାର କେଜିରୁ ଉର୍ଧ୍ବ ପୋଚ ନଷ୍ଟ 

2

ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ଜବତ

ପାଇକମାଲ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲାପାଳ ଜିଲ୍ଲାପାଳ ଙ୍କର କଡା ନୁର୍ଦେଶରେ ପଦ୍ମପୁର ଉପାଖଣ୍ଡର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ ଅବକାରୀ ଧରପକଡ଼ ତୀବ୍ର ହେଇଛି । ଏହି କ୍ରମରେ ଆଜି ପାଇକମାଲ ବ୍ଲକ ର ଟେମରି ଗ୍ରାମରେ ଅବକାରୀ ଅଧିକ୍ଷକ ଶ୍ରୀ ମକରଧଜ ବର୍ଗେ ଙ୍କର ପ୍ରତକ୍ଷ ତତ୍ୱବାଧାନରେ ଏକ ବିଭାଗୀୟ ଦଳ ଅଚାନକ ଚଢ଼ାଉ କରି ମଦ ରନ୍ଧା ପାଇଁ ବ୍ୟବହାର କରାଯାଉଥିବା ଏକ ହଜାର କେଜି ରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିବା ସବିତ ମଦ ରାନ୍ଧିବା ପାଇଁ ବ୍ୟବହାର କରାଯାଉଥିବା ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରିବା ସହିତ ଘଟଣା ସ୍ଥଳରୁ ତିରିଶ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲା । ମଦ ରାନ୍ଧିବା ଓ ବିକ୍ରି କରିବା ଅଭିଯୋଗରେ ବିଭାଗ ଅମୃତ କୋଠି ଓ କୃଷ୍ଣ ଚନ୍ଦ୍ର ବାରିକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉ ରେ ସବ ଇନ୍ସପେକ୍ଟର ଶ୍ରୀ ହେମକାନ୍ତ ସୁନା , ASI ଶ୍ରୀ ନନ୍ଦ କିଶୋର ପ୍ରଧାନ , ବିଜୟ କୁମାର ପାଣିଗ୍ରାହୀ ,ବିରେନ୍ଦ୍ର ପାନା, କେନାଲୁ ଭୋଇ , ମୁକେଶ ବିଶ୍ୱାଳ , ତରକାନ୍ତି ଭୁଏ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

 

 

Leave A Reply

Your email address will not be published.