ନୟାଗଡ଼ ଜିଲ୍ଲା ପାଲା ଗାୟକ  ମଣ୍ଡଳର ୪୫ତମ ବାର୍ଷିକ ସମ୍ମିଳନୀ

2

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡ଼ ଜିଲ୍ଲା  ମା ଦକ୍ଷିଣକାଳୀ ଚନ୍ଦ୍ରଶେଖର ପାଲା ଗାୟକ ମଣ୍ଡଳିର ୪୫ତମ ବାର୍ଷିକ ସମ୍ମିଳନୀ ଓଡ଼ଗାଁ  ବ୍ଳକ୍ ଗଉଡ଼ପୁଟ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ବର୍ଷିୟାନ ଗାୟକ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ (ଗାୟକ ସାମନ୍ତ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସମ୍ମିଳନୀରେ ସ୍ଥାନୀୟ ସରପଂଚ ମାନସ ରଂଜନ ପ୍ରଧାନ ମୁଖ୍ୟ ଅତିଥି, ଇଂ.ଶରତ କୁମାର ନାୟକ ମୁଖ୍ୟ ବକ୍ତା ଏବଂ ନୀଳାଚଳ ନିଖିଳୋକôଳ ପାଲା ଗାୟକ ପରିଷଦର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାଶ, ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ଉପସଭାପତି ଗାୟକ କଳାନିଧି ମନୋଜ କୁମାର ମିଶ୍ର, ଗାଁ ସଭାପତି ଭ୍ରମରବର ବରାଡ଼, ସମ୍ପାଦକ ସୁରଥ ପ୍ରଧାନ ପ୍ରମୁଖ  ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ  ଗାୟକ ଅକ୍ରୁର ବାରିକ  ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ପାଲା ଗାୟକମାନଙ୍କର ଭୂମିକା ସମ୍ପର୍କରେ  ଅତିଥିମାନେ ଆଲୋଚନା କରିଥିଲେ । ପାଲା ପରିବେଷଣରେ କୃତିତ୍ୱ ଅର୍ଜନ କରିଥିବା କଳାକାର ଫକୀର ମୋହନ ଚମ୍ପତି, ରାଜ କିଶୋର ପ୍ରଧାନ, ମଦନ ମୋହନ ସ୍ୱାଇଁ, ପଂଚାନନ ମହାପାତ୍ର, ଗୋପାଳ ଚନ୍ଦ୍ର ସିଠ, ତ୍ରନାଥ ପଣ୍ଡାପ୍ରମୁଖଙ୍କୁ  ମାନପତ୍ର ସହିତ ସମ୍ବର୍ଦ୍ଧନା କରାଯାଇଥିଲା  । ଗାୟକ ତ୍ରନାଥ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଗାୟକ  ରାଜ କିଶୋର ପ୍ରଧାନ ଧନ୍ୟବାଦ  ଅର୍ପଣ କରିଥିଲେ । ଗାୟକ କଳାନିଧି  ଶ୍ରୀଯୁକ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ନୟାଗଡ଼ ଜିଲ୍ଲାର ଶତାଧିକ ଗାୟକ, ବାୟକ, ପାଳିଆ ଏଥିରେ ଯୋଗଦେଇଥିଲେ ।  

 

 

 

 

   

 

Leave A Reply

Your email address will not be published.