ଅନ୍ଧବିଶ୍ବାସ ଦୁରୀକରଣ ପାଇଁ ସଚେତନତା ରାଲି କଲା ତିରିଂ ପୋଲିସ

2

ବାରିପଦା-(ଦିଲ୍ଲୀପ ମହାନ୍ତି)ମୟୁରଭଞ୍ଜ ଜିଲ୍ଲା ତିରିଂ’ ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାୟତ କୁଲୁଘୁଟୁ ଗ୍ରାମରେ ତିରିଂ’ଥାନା ପୋଲିସ ପକ୍ଷରୁ “ଡାହାଣୀ ଓ ଗୁଣିଗାରେଡି  ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ନେଇ ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।

ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁସିତ ଗ୍ରାମ ମାନଙ୍କରେ ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ,ନିର୍ଯ୍ୟାତନା ତଥା ବାସନ୍ଦ କରାଯିବା ପରି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି।ଅନ୍ଧବିଶ୍ବାସର କୁପରିଣତି ସ୍ବରୁପ ନିରୀହ ଲୋକେ ନର୍ଯ୍ୟାତିତ ହେବାସହ ବିଭିନ୍ନ ସମୟରେ ହତ୍ୟାକାଣ୍ଡର ଶିକାର ହେଉଛନ୍ତି।କାହାରି ଦେହ ଅସୁସ୍ଥ ହେଲେ ପୋଡଶୀଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଡାକ୍ତର’ଙ୍କ ପାଖକୁ ନନେଇ ଗୁଣି ଗାରେଡି ମାଧ୍ୟମରେ ରୋଗୀଙ୍କୁ ସୁସ୍ଥ କରାଯିବାକୁ ଚେଷ୍ଟା କରିବା ପରି କୁରୀତି ଅନ୍ଧବିଶ୍ବାସରୁ ସୃଷ୍ଟି ହୋଇ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମନରେ ଘର କରି ରହିଥିବାରୁ ନିଜେ ଅସୁବିଧାରେ ପଡିବା ସହ ଅନ୍ୟମାନଙ୍କ ଜୀବନ ନଷ୍ଟ କରିଥାଆନ୍ତି।ଏହି ଅନ୍ଧବିଶ୍ବାସର ବଶବର୍ତ୍ତି ଗ୍ରାମାଞ୍ଚଳବାସୀଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି  ତିରିଂ’ଥାନା ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା।

ଏହି ସଚେତନତା ରାଲିକୁ ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ, ତିରିଂ ଥାନା ଅଧିକାରୀଣୀ ହୀରାଫେନା ହାଁସଦାଃ ଓ ଏ.ଏସ.ଆଇ. ଦୁଃଖବନ୍ଧୁ ନାୟକ’ଙ୍କ ତତ୍ବାବଧାନରେ ପରିଚାଳନା କରାଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଚାମରୁ ହେମ୍ବ୍ରମ ଏଥିରେ ସହଯୋଗ ପ୍ରଦାନ କରିଥିଲେ। ରାଲିରେ ପଞ୍ଚାୟତ ଅଧିକାରୀ ପିଇଓ ମହନ ପାତ୍ର, ଜିଆରଏସ ବିନ୍ଦୁ ସୋରେନ, ନାଏବ ସରପଞ୍ଚ ଶ୍ରୀମତୀ ଅନିତା ମୁର୍ମୁ, ଓ୍ବାର୍ଡମେମ୍ବର ବିରସିଂ ହେମ୍ବ୍ରମ, ସିଲା ହେମ୍ବ୍ରମ ରାଲିରେ ଉପସ୍ଥିତ ରହିଥିଲାବେଳେ ତିରିଂଥାନା ହାବିଲଦାର ଶରତଚନ୍ଦ୍ର ଗିରି,କନେଷ୍ଟବଳ ଜୟରାମ ମାର୍ଣ୍ଡି,ସବ୍ୟସାଚି ମହାନ୍ତି,ଦୁଷ୍ମନ୍ତ କୁମାର ସେଠୀ,ସାଇବା ଟୁଡୁ,ଲକ୍ଷ୍ମୀମଣୀ ସିଂ,ଦେବକୀ ନାୟକ ପ୍ରମୁଖ ଦଳବଳ ସହ ଉପସ୍ଥିତ ରହି  ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.