ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଖରିଫ-୨୦୧୯-୨୦ ଉଦ୍ଘାଟିତ

2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଖରିଫ-୨୦୧୯-୨୦ ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣ ଠାରେ ନିଯନ୍ତ୍ରିତ ବଜାର କମିଟି ପକ୍ଷରୁ ଉଦ୍ ଘାଟନ ହୋଇଯାଇଛି ।  ଏହି ଧାନ କ୍ରୟ ମଣ୍ଡିକୁ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ଶୁୁଭ ଉଦ୍ ଘାଟନ କରିଥିଲେ ।

    ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଡି. ଗଣପତି ପ୍ରାରମ୍ଭିକରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଚାଷୀମାନେ ସେମାନଙ୍କ ଖରିଫରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମୂଲ୍ୟ ସାଧାରଣ ଧାନ ୧୮୧୫ ଟଙ୍କା ଏବଂ ଗ୍ରେଡ “ଏ” ଧାନ ୧୮୩୫ ଟଙ୍କାରେ ଖୋଲା ଯାଇଥିବା ପେକ୍ସ ଓ ଲେମ୍ପସକୁ ବିକ୍ରୟ କରିବେ।  ଅନ୍ୟ ପକ୍ଷରେ ମଣ୍ଡିକୁ  ସଫା , ଶୁଖିଲା , ସମରଙ୍ଗୀ ଓ ସମ-ଆକାରର ଧାନ ଆଣି ସରକାରୀ ଧାର୍ଯ୍ୟ-ମୂଲ୍ୟ ପାଆନ୍ତୁ ବୋଲି କହିଥିଲେ ।

http://www.youtube.com/watch?v=j499XiLRtnY     

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ପାତ୍ର , ସମବାୟ ସମିତି ସହକାରୀ ରେଜିଷ୍ଟ୍ରାର ଟିଭି . ପ୍ରସାଦ ରାଓ ଏବଂ ପୂର୍ବତନ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରସନ୍ନ ନାୟକ ଏବଂ ଉପଖଣ୍ଡ ସମବାୟ ସମିତି ସହକାରୀ ରେଜିଷ୍ଟ୍ରାର ନାରାୟଣ ସେଠି ପ୍ରମୁଖ ମଞ୍ଚାସୀନ ଅଧିକାରୀ ଭାବେ ଯୋଗଦେଇ ଚାଷୀ ମାନେ ବାଲି , ଗୁଡ଼ି , ମାଟି , ଫିମ୍ପି , ପୋକରା ଯୁକ୍ତ ପ୍ରଭୃତି ଧାନ ନ ଆଣି ସଫା , ଶୁଖିଲା ଓ ସମରଙ୍ଗୀ ମାନର ମାନଦଣ୍ଡ ରହିଥିବା ଧାନ ମଣ୍ଡିକୁ ଆଣିବା , ଧାନ ବିକ୍ରୟ  ସମୟରେ ଆଧାର କାର୍ଡ , ବ୍ୟାଙ୍କ ପାସବୁକ୍ ର ପ୍ରଥମ ପୃଷ୍ଠା ନକଲ ଓ ଏସ୍ ଏମ୍ ଏସ୍ ଟୋକେନ୍ ପତ୍ରସହ ଧାନ କ୍ରୟ କେନ୍ଦ୍ରକୁ ଆଣିବା ବାଧ୍ୟତା-ମୂଳକ ବୋଲି କହି ସୁରୁଖୁରୁରେ ଚାଷୀ ତାର ପ୍ରାପ୍ୟ  କିଭଳି ପାଇବ , ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ  ।କାର୍ଯ୍ୟକ୍ରମରେ  ମୁଖ୍ୟତଃ ଜିଲା ପ୍ରଶାସନର ମୋହର ବାଜିବା ପରେ ହିଁ ଚାଷୀଙ୍କୁ ଟୋକେନ୍ ଦିଆଯିବା ପରେ ଆଉ ମାତ୍ର ହାତଗଣତି କିଛିଦିନ ପରେ  ସମବାୟ ସେବା ସମିତି ପକ୍ଷରୁ ମଣ୍ଡି ଖୋଲାଯିବ ଏବଂ ଚାଷୀ ସେମାନଙ୍କ ଉତ୍ପାଦିତ ଧାନ ସେଠାକୁ ଆଣି ବିକ୍ରୟ କରିପାରିବେ ବୋଲି ସୂଚନା ଦିଆ ଯାଇଥିଲା ।

    ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଏବଂ  ମିଲର ସଂଘ ସଭାପତି ଦେବଗିରି ପାଢ଼ୀ ଚାଷୀମାନେ ସେମାନଙ୍କ ଆଣିବା ଧାନ ସମସ୍ୟା ଉପରେ ଅବଗତ କରାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ,  ଚଳିତ ବର୍ଷ ୨୦୧୯-୨୦ ଖରିଫ ପାଇଁ ଜିଲ୍ଲାର ୧୩,୭୯୧ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା  ମୋଟ ୪୪ ଟି ପେକ୍ସ ଓ ଲେମ୍ପସ ଏବଂ ୪୭ ଜଣ ମିଲରଙ୍କ ଜରିଆରେ ପ୍ରଥମ ପର୍ଯ୍ୟାୟରେ   ୩ ଲକ୍ଷ ୮୫ ହଜାର କୁଇଣ୍ଟାଲ ଧାନ କ୍ରୟ କରାଯିବାକୁ ଲକ୍ଷ-ଧାର୍ଯ୍ୟ ରହିଛି। 

 କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ଏ ସମ୍ପର୍କରେ ଅବଗତ ପାଇଁ ସୂଚନା ପତ୍ର ବଣ୍ଟନ କରା ଯାଇଥିଲା ।

 

Leave A Reply

Your email address will not be published.