ସ୍କୁଲରେ ମୋବାଇଲ ବ୍ୟବହାର କରି ସାହିତ୍ୟ ଶିକ୍ଷକ ନିଲମ୍ବିତ

0 2

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ।

ବୀରମହାରାଜପୁର – (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ମୋବାଇଲ ଫୋନ ରେ ବ୍ୟସ୍ତ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ଖେଳ କୁଦରେ ମାତିଛନ୍ତି ।ଏଭଲି ଭିଡିଓ ସୋସିଆଲ ମିଡିଆର ଭାଇରାଲ୍ ହେବ ପରେ ବି ଇ ଓ  ସଂପୃକ୍ତ ଥିବା ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ – ଟେଭାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁ ଦିନ ୧୧ଟା ସ୍କୁଲ ସମୟରେ ମୋବାଇଲ କଥା ହେବାରେ ବ୍ୟସ୍ତ ଥିଲେ । ଏହି ସମୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀ କୋଠରୀରେ ବୁଲିବା ସହିତ ବିଭିନ୍ନ ଖେଳକୁଦ ମଧ୍ଯ କରୁଥିଲେ । ଏ ସମ୍ପର୍କରେ ଖବର ବିଭିନ୍ନ ଗଣମାଧ୍ୟମରେ ଓ ସୋସିଆଲ ମିଡିଆର ପ୍ରକାଶିତ ହେବା ପରେ ତ୍ୱରାନ୍ୱିତ କାର୍ଯାନୁଷ୍ଠାନ ହୋଇଛି । ଏନେଇ ଶ୍ରୀ ସାହୁ ଙ୍କୁ ଯୋଗା ଯୋଗ କରିବାରୁ ତାଙ୍କ ପ୍ରତିକ୍ରିୟାରେ ଏହା ମୋ ଉପରେ ଏକ ସଡଯନ୍ତର କରାଯାଇଛି, ମୁଁ କ୍ଳାସ ସମୟରେ ମୋବାଇଲ କଥା ହୋଇନଥିଲି । ଏ ଘଟଣା ସମ୍ପର୍କରେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଙ୍କ ପ୍ରତିକ୍ରିୟା ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବନ କରାଯାଇଛି, ନିଳମ୍ବନ ଅବଧିରେ ସେ   ବି ଇ ଓ ଙ୍କ ଅଫିସରେ ଉପସ୍ଥିତ ରହିବେ । ବି ଇ ଓ ଙ୍କ ବିନା ଅନୁମତିରେ ମୁଖ୍ୟ ଦପ୍ତର ଛାଡି ଯାଇ ପାରିବେ ନାହିଁ ବୋଲି ପତ୍ର ଉଲ୍ଲେଖ ରହିଛି ।

Leave A Reply

Your email address will not be published.