ବାରହା  ପାଇଁ ବିଛା ଯାଇଥିବା ଫାସରେ ଫସି  ଦନ୍ତାର ମୃତ୍ୟୁ

0 2

ବରଗଡ :- ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ଜଣେ ଚାଷୀ ଙ୍କର  ବିଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ଖବର ଆଜି  ସକାଳୁ ଏହି ଅଂଚଳରେ  ପ୍ରଚାର ହେବାପରେ ଘଟଣା ସ୍ଥଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ବିଦ୍ୟୁତ ତାର ସଂଯୋଗ ହୋଇଥିବା ଫାଶ ବିଛାଇ ହୋଇ ପଡି ଥିବା ବେଳେ ବାର୍‌ହା ଶିକାର ପାଇଁ ଏହି ଫାସ ବସଯାଇଥିବା ଅନୁମାନ କରାଯାଉଛି ।ଏହି ଫାଶରେ ପଡି ହାତୀର ମୃତ୍ୟୁ ଘଟିଥିବା   ଅନୁମାନ କରାଯାଉଛି। ଖବରପାଇ ଫରେଷ୍ଟର ସୁଶିଳ ମାଝୀ, ଥାନା ଅଧିକାରୀ ଆଲୋକ ବେହେରା ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ଏହି ଘଟଣା ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଜଣା ପଡ଼ିଛି ।

 

Leave A Reply

Your email address will not be published.