ଦେବକୁଣ୍ଡ ଜଳପ୍ରପାତ ନିକଟବର୍ତ୍ତୀ ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ

0 2

ବାରିପଦା/ dillip mohanty : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସ୍‌ଟିଆର) ଜେନାବିଲ୍‌ ରେଞ୍ଜ ଅନ୍ତର୍ଗତ ଦେବକୁଣ୍ଡ ଜଳପ୍ରପାତ ନିକଟବର୍ତ୍ତୀ ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ମିଳିଛି। ହାତୀଟି ପ୍ରାୟ ୪-୫ ଦିନ ତଳେ ମରିଥିବା ଜଣାପଡ଼ିଛି।  ମୃତ ହାତୀଟି ମାଇ ହାତୀ ବୋଲି କୁହାଯାଉଛି। ମାତ୍ର ଉକ୍ତ ହାତୀଟି ମାଇ ବୋଲି ମଧ୍ୟ ଏଯାଏଁ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନାହିଁ। ଏନେଇ ଏସ୍‌ଟିଆର ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନାହାନ୍ତି। ମୃତ ହାତୀଟି ପ୍ରାୟ ୫ ଦିନ ପୂର୍ବରୁ ମରିଥିବାରୁ ଏହା ଏକ ଦନ୍ତା ହାତୀ ମଧ୍ୟ ହୋଇଥାଇପାରେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତଦେଇଛନ୍ତି। ହାତୀର ମୃତ୍ୟୁ ପରେ ଦାନ୍ତ କାଟିନିଆଯାଇଥାଇ ପାରେ ବୋଲି ମତପ୍ରକାଶ ପାଇଛି। ଗ୍ରାମବାସୀମାନେ ହାତୀର ମୃତ ଦେହ ଦେଖି ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।

Leave A Reply

Your email address will not be published.