ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ

0 2

ଭୁବନେଶ୍ୱର –  ବରିଷ୍ଠ  କଂଗ୍ରେସ ନେତା ତଥା ପ୍ରାକ୍ତନ ମର୍ନ୍ତୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ମରଶରୀର ପୂର୍ବାହ୍ନ ଘ. ୧୦.୩୦ ମି. ସମୟରେ କଂଗ୍ରେସ ଭବନ ପରିସରରେ ପଂହଚିବା ପରେ ଶୋକାକୁଳ ପରିବେଶରେ ପିସିିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ କାହ୍ନୁଚରଣ ଲେଙ୍କା, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ସମେତ, ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି, ସମୀର କୁମାର ରାଉତରାୟ, ଗୁରୁପଦ ନନ୍ଦ, କଂଗ୍ରେସ ନେତା ଧରଣୀଧର ନାୟକ, ପଦ୍ମାକର ଗୁରୁ,  ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, ଦୀପକ ମହାପାତ୍ର, ହଳଧର ସେଠୀ, ସୁଶାନ୍ତ ତ୍ରିପାଠୀ, ମାନସ ମଲ୍ଲିକ, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ସଂକୁନା କହଁର, ବିନୋଦ ରାଉତ ପ୍ରମୁଖ କଂଗ୍ରେସ ନେତୃମଣ୍ଡଳୀ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରରେ  କଂଗ୍ରେସ ଦଳୀୟ ପତାକା ଅର୍ପଣ ସହ ଶେଷ ସମ୍ମାନ ଜଣାଇଥିଲେ । 

 

 

 

 

 

Leave A Reply

Your email address will not be published.