ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ପରିବେଶ ବିଭାଗ,ସେଣ୍ଟରଫର ଏନ୍ ଭାରନ୍ ମେଣ୍ଟାଲ ଷ୍ଟଡି ଓ ରାଜ୍ୟ ଶକ୍ତି   ବିଭାଗର ମିଳିତ ଆନୁକୂଲ୍ୟରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ୭ ଗୋଟି ବ୍ଲକରୁ ୨୧ ଜଣ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସେଣ୍ଟ ଯୋଶେଫ୍ ଇଂରାଜୀ ମିଡିୟମ୍ ସ୍କୁଲର  ଛାତ୍ରୀ ସୁକନ୍ୟା ସାମଲ ପ୍ରଥମ , ନୂଆଗଡର    ଏଲ୍.ଏନ୍ ହାଇସ୍କୁଲର ଛାତ୍ରୀ ସୁପ୍ରିୟା ଲିମା ଦ୍ବିତୀୟ , କଇଁପୁରର ମହେନ୍ଦ୍ର ତନୟା ଆଶ୍ରମ ସ୍କୁଲର ଛାତ୍ର ଚନ୍ଦ୍ର ଶବର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ଆୟୋଜିତ ସଭାରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶ ସଭାପତିତ୍ୱ କରିଥିଲେ।

ବିଦ୍ୟାଳୟରଳୟର ଇକୋ କ୍ଲବର ଭାରପ୍ରାପ୍ତ ଶିକ୍ଷକ ଡି.ଶ୍ରୀରାମ ମୂର୍ତ୍ତି , କେ . ଡିଲେଶ୍ବର ରାଓ , ସି. ଏଚ୍. ଭେଙ୍କେଟଶ୍ବରଲୁ ଓ ଏନ୍ ସି ସି ଶିକ୍ଷକ ହରିହର ଦାସ ପ୍ରତିଯୋଗିତା ଓ ସଭା ପରିଚାଳନା କରିଥିବା ବେଳେ ସନ୍ନମୁଖ ରାଓ ସହଯୋଗ କରିଥିଲେ।

Leave A Reply

Your email address will not be published.