ସଭିଙ୍କୁ ଘାରିଛି ଚିନ୍ତା, ସବୁଠି ଜାରି ସଚେତନତା

0 2

ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା ବନ୍ଦ ପାଇଁ ଜନ ସଚେତନତା ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଲିଭା ମହିଳା ପଞ୍ଚାୟତ ମହାସଂଘ(ରା:ଉଦୟଗିରି) ଏବଂ ମହିଳା ବିକାଶ ପ୍ରତିଷ୍ଠାନ(ଗଜପତି) ର ମିଳିତ ସହଯୋଗରେ ଗଜପତି ଜିଲ୍ଲାର ରାୟଗଡ ଏବଂ ଆର୍:ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ “ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ” ସହାୟତାରେ ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା ବନ୍ଦ ପାଇଁ ୬ ଦିନ ବ୍ୟାପି ଜଣ-ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ଏହି ଅବସରରେ ଅଲିଭା ମହିଳା ପଞ୍ଚାୟତ ମହାସଂଘ ଏବଂ ମହିଳା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲାର ରାୟଗଡ ଓ ଆର୍ : ଉଦୟଗିରି ବ୍ଲକ ଅଞ୍ଚଳ ସେବକପୁର ସ୍ଥିତ ପର୍ଶୁରାମ ଜୁନିଅର କଲେଜ , ରାୟଗଡା ହାଇସ୍କୁଲ , ଲକ୍ଷ୍ମୀପୁର କନ୍ୟାଶ୍ରମ , ଗଣ୍ଡାହାତୀ ପଞ୍ଚାୟତର ତମତରା , ଅଡାଗାଁ ଓ ଲକ୍ଷ୍ମୀପୁର ପ୍ରଭୃତି ଗ୍ରାମରେ ମହିଳା ମାନଙ୍କ ଉପରେ ହେଉଥିବା ସମସ୍ତ ପ୍ରକାରର ହିଂସା ବନ୍ଦ କରିବା ପାଇଁ ପ୍ରତିବାଦ ଓ ସଚେତନତା ସଭା ସମେତ ଶୋଭାଯାତ୍ରା ମାଧ୍ୟମରେ ସଚେତନତା କରାଯାଉଛି ।ଏଥି ସହିତ  ଦୁଇଟି ସଚେତନତା ରଥ-ଗାଡି  ମଧ୍ୟ ଗାଁ ଗାଁ ବୁଲି ମହିଳା ହିଂସା ବନ୍ଦ ପାଇଁ ସଚେତନ କରାଉଛି ।

    ମୁଖ୍ୟତଃ ମହିଳାମାନେ ଛୋଟ ଠାରୁ ବଡ଼ ଓ ବୟସ୍କା ପର୍ଯ୍ୟନ୍ତ ଅଧିକାଂଶ ବିଭିନ୍ନ ପ୍ରକାରର ହିଂସା , ନିର୍ଯ୍ୟାତନା ଓ ଲିଙ୍ଗଗତ ବୈଷମ୍ୟତାର ଶିକାର ହେଉଛନ୍ତି ।    ସାଧାରଣତଃ ମହିଳାମାନେ ଘରୋଇ ହିଂସା , କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା , ଧର୍ଷଣ , କନ୍ୟା-ଭୃଣହତ୍ୟା ଓ ଅନ୍ୟାନ୍ୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ।  ଯୌତୁକ ଜନିତ ହିଂସାରେ ଶହଶହ ମହିଳା  ମାନଙ୍କୁ ହତ୍ୟା କରାଯାଇଛି କିମ୍ବା ନିର୍ଯ୍ୟାତନା ସହ୍ୟ କରି ନ ପାରି ଆତ୍ମହତ୍ୟା କରୁଛନ୍ତି। 

    ଅଲିଭା ମହିଳା ପଞ୍ଚାୟତ ମହାସଂଘର  ମହିଳା ମାନେ ବିଭିନ୍ନ ଠାରେ ମହିଳା ହିଂସା ବନ୍ଦ ଉପରେ ବିଭିନ୍ନ ସଚେତନତା ମୂଳକ  ବ୍ୟାନର , ପୋଷ୍ଟର ଓ ପ୍ଲା-କାର୍ଡ ମାନ ଧରି ଏବଂ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ସବୁ ଦେଇ ଜନ-ସଚେତନତା କରାଇଥିଲେ ।

 http://www.youtube.com/watch?v=1UO3vsF5MGs

  ବିଭିନ୍ନ ସଭା ସମିତି ଓ ଶୋଭାଯାତ୍ର ପ୍ରଭୃତି ମାଧ୍ୟମରେ  ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ମିନତୀ ପାଢ଼ୀ , ସଂଯୋଜକ ନଟବର ପାଢ଼ୀ , ସଂଯୋଜିକା ଭାଗ୍ୟଲକ୍ଷ୍ମୀ ନାୟକ , ନିର୍ମଳା ପଟ୍ଟନାୟକ ଓ ସାନିୟା ଭୂୟାଁ ଏବଂ ଅଲିଭା ମହିଳା ପଞ୍ଚାୟତ ମହାସଂଘର ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେଇ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ , ଅତ୍ୟାଚାର ,  ଓ ବୈଷମ୍ୟତା ବନ୍ଦ କରିବା ସହ ହିଂସାମୁକ୍ତ ସୁସ୍ଥ ସମାଜ ଗଠନ କରିବା ପାଇଁ ସଚେତନ କରାଇଥିଲେ।

 ଅନ୍ୟପକ୍ଷରେ ଜନ-ଜାଗରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ମହିଳା ମାନଙ୍କ ପ୍ରତି ସମ୍ବେଦନ-ଶୀଳ ମନୋଭାବ ଓ ମହିଳା ମାନଙ୍କ ପ୍ରତି ସମସ୍ତ ପ୍ରକାରର ହିଂସା ବନ୍ଦ କରାଯିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି ।

   ଏତଦ୍ ବ୍ୟତୀତ ଲୋକମାନଙ୍କୁ  ଆହ୍ବାନ କରାଯାଉଛି ଯେ  ସେମାନଙ୍କ ଅଞ୍ଚଳରେ ଯଦି ଏଭଳି କୌଣସି ପ୍ରକାର ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଥିବା ହିଂସା , ନଜରକୁ ଆସେ , ତାହା ହେଲେ ସେହି ହିଂସାକୁ ବନ୍ଦ କରିବାକୁ ଚେଷ୍ଟା କରି ଏକ ହିଂସାମୁକ୍ତ ଉନ୍ନତ ଓ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବା ଏହି ଜନ-ଆନ୍ଦୋଳନରେ ସାମିଲ ହେବାପାଇଁ ସଚେତନ କରାଯାଉଛି ।

   ମହିଳା ମାନଙ୍କ ପ୍ରତି ଏଭଳି ବିଭିନ୍ନ ପ୍ରକାରର ହିଂସା ଏହା କେବଳ ବ୍ୟକ୍ତିଗତ କି ପାରିବାରିକ ଭାବେ ସୀମିତ ହୋଇ ରହିନାହିଁ , ଏହା ସମ୍ପୂର୍ଣ୍ଣ ଭାବେ ସାମାଜିକ ସମସ୍ୟାର ଏକ ବଡ଼ ବ୍ୟାଧି ଭାବେ ପରିଣତ ହୋଇଗଲାଣି । ତେଣୁ ଏହାର ସମ୍ପୂର୍ଣ୍ଣ ବିଲୋପ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଜରୁରୀ , ଯାହାକି ଏଭଳି ଉଦ୍ୟମ ବିଭିନ୍ନ ପ୍ରକାରର ହିଂସା-ମୁକ୍ତ ଉନ୍ନତ ଓ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇପାରିବ ।

Leave A Reply

Your email address will not be published.