ପଦ୍ମପୁର/ଶାସକ ପ୍ରଶାସକ : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ଠାରେ ଆସନ୍ତା ଡିସେମ୍ବର ୨୪ ତାରିଖ ରୁ କେ.ସି.ସି. ଆନୁକୁଲ୍ୟରେ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ଆୟୋଜିତ ହେବାକୁ ଯାଉଅଛି। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଗତ ବୁଧବାର ଦିନ ମତିଲ ସାହୁ ଙ୍କ ସଭାପତିତ୍ବରେ ଆୟୋଜକ କମିଟୀର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କ୍ରିକେଟ ପର୍ବ ରେ ୧୬ଟି ଦଳ ଅଂଶଗ୍ରହଣ କରିବେ ଏବଂ ଡିସେମ୍ବର ୨୯ ତାରିଖ, ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ସଂପାଦକ ଦିଲୀପ ସାହୁ ଙ୍କୁ ଦଳ ଚୟନ ଓ ପ୍ରଦୀପ ସାହୁ ଙ୍କୁ ଖେଳାଳିଙ୍କ ଖାଦ୍ୟପେୟ ବ୍ୟବସ୍ଥା ଦାୟିତ୍ଵ ଦିଆଗଲା। ଏ ବର୍ଷ ବିଜେତା ଦଳକୁ ୧୦,୦୦୧ ଟଙ୍କା ଓ ଉପ ବିଜେତା ଦଳକୁ ୬,୦୦୧ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି କୋଷାଧ୍ୟକ୍ଷ ପ୍ରଶାନ୍ତ ସାହୁ ସୂଚନା ଦେଇଥିଲେ। ଏହି ଗ୍ରାମାଞ୍ଚଳ ଟେନିସ କ୍ରିକେଟ ପ୍ରତିଯଗିତାରେ ବହୁ ସଂଖ୍ୟକ ଦର୍ଶକ ଆସୁଥିବାରୁ ଶୃଙ୍ଖଳିତ ମ୍ୟାଚ ଆୟୋଜନକୁ ଗୁରୁତ୍ବ ଦେବାକୁ ବିଚାର କରାଗଲା। ଅନ୍ୟ ମାନଙ୍କ ମଧ୍ୟରେ ସୁଶିଲ, ଦୀପକ, ପ୍ରତାପ, ମତିଲାଲ, ସନମ, ତୀର୍ଥ, କେଶ, ସୁଜିତ, ରଜତ, ବିପ୍ଲବ, ସୁବ୍ରତ, ଆଲୋକ ବୈଠକ ରେ ଉପସ୍ଥିତ ଥିଲେ। ଶେଷରେ ଲୋଚନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post