ବୟୋଜ୍ୟେଷ୍ଠଙ୍କ ସଭାକୁ କମ ବୟସ୍କ ଵିଧବାଙ୍କୁ ଡାକିଥିଲା କିଏ !!
ପଦ୍ମପୁର/ ଶାସକ ପ୍ରଶାସକ : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍କକ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିୟ ବୟୋଜ୍ୟେଷ୍ଠ ଦିବସ ସମାରୋହ ପାଳିତ ହୋଇଥିଲା। ଏହି ସଭାରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ତରଫରୁ କରାଯାଉ ଥିବା ସୁବିଧା ଓ ଯୋଜନା ଗୁଡିକ ବିଷୟରେ କହିବା ସହ ଉପସ୍ଥିତ ଅନ୍ୟ ଅତିଥି ମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ଦିଆଯାଉ ଥିବା ଅଗ୍ରାଧିକାର ଉପରେ ଆଲୋକପାତ କରିଥିଲେ। ଏହା ସହ ବ୍କକ କାର୍ଯ୍ୟାଳୟ ତରଫରୁ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଫ୍ରି ମେଡିକାଲ୍ ଚେକ ଅପର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ସଭାରେ ପଦ୍ମପୁର ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ,ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ, ରାଜବୋଡାସମ୍ବର ବ୍ଳକ ଇସିଓ ରଜନୀକାନ୍ତ ବହିଦାର,ଏନସିର ଗୋଷ୍ଠୀ ସଂଯୋଜିକା ଚିତ୍ରୋତ୍ପଲା ମେହେର,ଆଇନଜୀବୀ ଅଜିତ ଶତପଥି,ଶାନ୍ତନୁ କୁମାର ତ୍ରିପାଠୀ ଏବଂ ସହରର ବହୁ ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବରିଷ୍ଠ ନାଗରିକ ମଧ୍ୟ ଯୋଗ ଦେଇଥିଲେ।
http://www.youtube.com/watch?v=MOziZxADaUk
ହେଲେ ଏହି କାର୍ଯ୍ୟକ୍ରମରେ ଏକ ବ୍ୟତିକ୍ରମ ଦେଖିବାକୁ ମିଲିଥିଲା । ଏଠାକୁ ୬୦ ବର୍ଷରୁ କମ ବିଧବା ମହିଳାମାନେ ଆସିଥିଲେ । ଆମେ ତାଙ୍କୁ ପଚାରିବାରୁ ଆମକୁ “ଯେତେ ଝନ ଭତ୍ତା ପାଏସ ସବ ଯିବ କାଏଲ ମିଟିଂ ଅଛେ ତମର ଭତ୍ତା ବାବଦ ଥି ମିଟିଂ ଆଏ,ଯେନତା କଲେ ଭି ଯିବ” ବୋଲି କହିଲେ ତେଣୁ ଆମେ କାମଧନ୍ଦା ଛାଡି ଆସିଥିଲୁ ବୋଲି କହିଥିଲେ । ଏଠି ପ୍ରଶ୍ନ ଉଠୁଛି ସେ କାମ କରି ପେଟ ପୋଷୁଥିବା ଅଭାବୀ ବିଧବା ମନକୁ ଡାକିବାର ମାନେ କଣ | ହଁ , ସେମାନେ ସରକାରଙ୍କଠୁଁ ଭତ୍ତା ପାଇଛନ୍ତି ନିଶ୍ଚୟ, ହେଲେ ତାହା ବିଧବା ଭତ୍ତା | ସେମାନଙ୍କୁ ବରିଷ୍ଠ ନାଗରିକ ଦିବସ ପାଳନ କୁ ଡାକିବାର ଆବଶ୍ୟକତା କଣ ? ପୁଣି ଭୁଲ ସୂଚନା ଦେଇ ! କାର୍ଯ୍ୟକ୍ରମ ପାଇଁ ଯେଉଁ ଅଧିକାରୀ ମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଲୋକଙ୍କୁ ଏପରି ଭୂଲ ତଥ୍ୟ ଦେଉଛନ୍ତି କାହିଁକି ! ଉପ ଜିଲ୍ଲାପାଲା ଆଉ ତହସିଲଦାରଙ୍କ ଆଗରେ ନିଜ ପାରିଲା ପଣିଆ ଦେଖାଇବାକୁ ନୁହେଁ ତ ! କାମ ବୟସ୍କ ବିଧବା ଭଉଣୀମାନଙ୍କୁ ଡାକି କାହିଁକି ଦିବସ ପାଳନର ମର୍ଯ୍ୟାଦା ଆଉ ସେ ଅସହାୟ ମାନଙ୍କ ପ୍ରତି ଉପହାସ କରାଗଲା, ତାହା ଉପରେ ଉପଜିଲ୍ଲାପାଳ ମହୋଦୟ ତଦନ୍ତ କରି ବିଭାଗୀୟ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି | ଏହା ହେଲେ ଆଗକୁ ସେ ଭଳି ଉପହାସର ପୁନରାବୃତ୍ତି ହେବନାହିଁ |
