ବ୍ୟାଙ୍ଗକକ୍ ଠାରେ ଅନୁଷ୍ଠିତ ଏସିଆ ଶିଶୁ ସମ୍ମେଳନ ରେ ଭାଗନେଲେ ଦୁଇ ଓଡିଆ ଝିଅ  

2

ଭୁବନେଶ୍ୱର(ଶାସକ ପ୍ରଶାସକ)ଜାତିସଂଘ ର ଶିଶୁ ଅଧିକାର ଘୋଷଣା ନାମା ର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୧୯ ମସିହାରେ ସାରା ବିଶ୍ଵ ପାଳନ କରୁଛି ସିଆରସିଅ୩୦। ଏହି ଅବସରରେ ବ୍ୟାଙ୍ଗକକ୍ ଠାରେ ନଭେମ୍ବର ୨୫ ରୁ ୩୦ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏସିଆ ଶିଶୁ ସମ୍ମେଳନ ୨୦୧୯। ସାଇଭାକ୍ ଆଞ୍ଚଳିକ ସଚିବାଳୟ (ଏସଆରଏସ), ସିଆରସି ଏସିଆ, ଏସିଡବ୍ଲୁସି ଥାଇଲାଣ୍ଡ  ମିଳିତ ସହଯୋଗରେ ଏହି ସମ୍ମେଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୨ ଟି ଦେଶର ଶିଶୁ ପ୍ରତିନିଧି ମାନେ ଭାଗ ନେଇଥିଲେ । ଏଥିରେ ଭାରତର ପ୍ରତିନିଧିତ୍ଵ କରିଥିଲେ ଓଡିଶାର ପ୍ରୀତିମୟୀ ସାହୁ, ମିଲୋନୀ ମିଶ୍ର ଏବଂ ପଶ୍ଚିମ ବଙ୍ଗ ର ପ୍ରଥିତ୍ ସିଂ ଓ ସାଶା ଅଗ୍ରୱାଲ। ଏହି ପ୍ରତିନିଧି ମାନେ ନ୍ୟାସନାଲ ଆକ୍ସନ୍ ଆଣ୍ଡ କୋଡିନେସନ୍ ଗ୍ରୁପ ଫର ଏଣ୍ଡିଙ୍ଗ ଭାଇଓଲେନ୍ସ ଏଗେନଷ୍ଟ ଚିଲଡ୍ରେନ୍  (ଏନଏସିଜି ଇଭାକ), ଭାରତ ଦ୍ଵାରା ମନୋନୀତ ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମିଲୋନୀ ପିକକ୍ ସହାୟତାରେ ଗଠିତ ରାଜ୍ୟ ସ୍ତରୀୟ ଶିଶୁ ମହାସଭାର ସଦସ୍ୟା ଅଟନ୍ତି ଓ ପ୍ରୀତିମୟୀ ଓ॰ଏଲ॰ଏସ॰ ସହାୟତାରେ ଗଠିତ ଶିଶୁ ସଂଗଠନ ର ଏକ ସକ୍ରିୟ ସଦସ୍ୟା । ଏହି ସମ୍ମେଳନ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁ ମାନଙ୍କର ବାର୍ତ୍ତା କୁ ବିଶ୍ଵ ଦରବାରରେ ପହଞ୍ଚାଇବା । ଭାରତର ଶିଶୁ ପ୍ରତିନିଧି ମାନଙ୍କ ସାଙ୍ଗରେ ପିକକ୍ ର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ଆଇଜେଏମ, କୋଲକତାର ଶିଶିର ଥାନିକାଲ ମଧ୍ୟ ଏହି ସମ୍ମେଳନ ରେ ଭାଗ ନେଇଥିଲେ। ଶିଶୁ ଅଧିକାର ର ସୁରକ୍ଷା, ସେମାନଙ୍କ ବିରୁଦ୍ଧରେ ହେଉଥିବା ହିଂସା କୁ ରୋକିବା ଓ ସେମାନକୁ ଏକ ସୁସ୍ଥ ଓ ନିରାପଦ ବାତାବରଣ ପ୍ରଦାନ କରିବା ପାଇଁ ଏହି ସମ୍ମେଳନ ରେ ଆଲୋଚନା ହୋଇଥିଲା । ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଏସିଆ ର ପିଲାମାନ ଙ୍କୁ ଏକତ୍ର କରି ସେମାନଙ୍କର ମତ ଓ ପରାମର୍ଶ କୁ ଅଗ୍ରାଧିକାର ଦେବା ଏହି ସମ୍ମେଳନ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।                             

 

Leave A Reply

Your email address will not be published.