କଳାହାଣ୍ଡି/ ଆଦିତ୍ୟ ମହାନ୍ତି : ସକାଳୁ ସକାଳୁ ମର୍ନିଙ୍ଗ ୱାକରେ ଯାଇଥିଲେ ଦୁହେଁ | ହେଲେ ସେମାନେ ଭାବିନଥିଲେ ସେଇଟା ସ୍ୱାମୀସ୍ତ୍ରୀଙ୍କ ଶେଷ ମର୍ନିଙ୍ଗ ୱାକ ହେବ ବୋଲି | କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମହିଚଳା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା | ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସ୍ବାମୀ ସ୍ତ୍ରୀ । ଜୁନାଗଡ ବ୍ଲକ ମହିଚଲା ଜାତୀୟ ରାଜପଥ 26 ଘୁଲିଯୁବାଠାରେ ମହି ଚଳା ଗ୍ରାମର ଦୁଇଜଣ ଦମ୍ପତି ପ୍ରାତଃହ ଭ୍ରମଣ ଯାଉଥିବା ବେଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ ହୋଇ ଥିଲା । ମୃତକ ଦମ୍ପତି ମହିଚଲା ଗାଁ ର ଚନ୍ଦ୍ରଧ୍ବଜ ବେମାଲ ଓ କଳାବତୀ ବେମାଲ । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକ ଜାତୀୟ ରାଜପଥ ଜାତୀୟ ରାଜପଥ 26 ଟାୟାର୍ ଜାଳି ରାସ୍ତା ଅବରୋଧ କରି ରଖିଛନ୍ତି.|
Sign in
Sign in
Recover your password.
A password will be e-mailed to you.