ପଦ୍ମପୁର(ଶାସକପ୍ରଶାସକ)-ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ପଞ୍ଚମ ଦିବସ ବୁଧବାର ସନ୍ଧ୍ୟାରେ ପଦ୍ମପୁର ଆର ବି ହାଇସ୍କୁଲ ସାଇନ୍ସ ଫୋରମ୍ ତରଫରୁ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରୋଜ କୁମାର ଭୁଏ ଓ ପ୍ରୀତି ରଞ୍ଜନ ପ୍ରଧାନ। ଦ୍ବିତୀୟ ପର୍ଯ୍ୟାୟରେ ଦ୍ବାଦଶ କୁମାର ପ୍ରଧାନଙ୍କ ସଂଯୋଜନା ରେ ସାଇବର ଅପରାଧ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ଡଃ ଲଳିତେନ୍ଦୁ ନାୟକ ସଭାପତିତ୍ବ କରିଥିବା ବେଳେ ସୁଶାନ୍ତ କୁମାର ବଢେଇ, ପୋଲିସ ସବ୍ ଇନ୍ସପେକ୍ଟର ସୌମ୍ୟରଞ୍ଜନ ପାତ୍ର, ରୋହିଣୀ ପାଣ୍ତେ ଆଲୋଚକ ଭାବେ ବିଭିନ୍ନ ଦିଗରୁ ତର୍ଜମା କରିଥିଲେ। ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜ୍ଞାନ ବିକାଶ ବରିକେଲ ତରଫରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବା ସହିତ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ରଚିତ ଓ ନିର୍ଦ୍ଦେଶିତ ଶିଶୁ ଶ୍ରମିକ ଓ ଜାତିଭେଦ ଉପରେ ଆଦୄତ ନାଟକ “ଗୁଟେ ରକତ୍” ବୋଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନାରେ କିଶୋର ପାତ୍ର, ବିଶ୍ରାମ ମେହେର, ସୁବ୍ରତ ପଟ୍ଟନାୟକ, ମହେଶ୍ବର ସାହୁ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.