ବାରିପଦାରେ ପୁଣି ମାତିଲେ ଟଙ୍କା ଲୁଟେରା ଗ୍ୟାଙ୍ଗ୍ , ଦିନଦ୍ବିପ୍ରହରରେ ବୃଦ୍ଧାଙ୍କଠାରୁ ଝାମ୍ପିନେଲେ ୯୦ହଜାର

2

ବାରିପଦା/ ଦିଲ୍ଲୀପ ମହାନ୍ତି ;  ପୁଲିସ ନୂତନ ମୋଟରଯାନ ଆଇନକୁ କଡାକଡି କାର୍ଯ୍ୟକାରୀ କରିବା ନିମନ୍ତେ ଲାଗିପଡିଥିବା ବେଳେ ବାରିପଦା ସହରରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଟଙ୍କା ଲୁଟେରା ଗ୍ୟାଙ୍ଗ୍। ଆଜି ଦିନ ପ୍ରାୟ ୨ଟା ସମୟରେ ଭଞ୍ଜପୁର ଏସବିଆଇ ଶାଖା ନିକଟରୁ ଜଣେ ବରିଷ୍ଠ ମହିଳାଙ୍କ ନିକଟରୁ ଏକ ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ୯୦ ହଜାର ଟଙ୍କା ଲୁଟି ନେଇ ଆଖିପିଛୁଳାକେ ଚମ୍ପଟ ମାରିଛି । ସୂଚନାଅନୁଯାୟୀ ସ୍ଥାନୀୟ ଯମୁନାଦେଇପୁର ଅଞ୍ଚଳର ବିଳାସୀ ମହାନ୍ତ ନାମକ ଜଣେ ମହିଳା ଆଜି ଭଞ୍ଜପୁରସ୍ଥିତ ଏସବିଆଇ ଶାଖାରୁ ୯୦ ହଜାର ଟଙ୍କା ଉଠାଇ ଏକ ହଳଦିଆ ବ୍ୟାଗରେ ଧରି ଘରକୁ ଫେରୁଥିଲେ। ତେବେ ଦିନ ପ୍ରାୟ ୨ଟା ସମୟରେ ସ୍ଥାନୀୟ ଯମୁନେଶ୍ବର ମନ୍ଦିର ନିକଟରେ ମୁର୍ଗାବାଡ଼ି ପଟୁ ଏକ ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଦ୍ରୁତଗତିରେ ଆସି ମହିଳାଙ୍କ ହାତରୁ ଟଙ୍କାଭର୍ତ୍ତି ବ୍ୟାଗ୍ ଝାମ୍ପିନେଇ ଫେରାର୍ ହୋଇଯାଇଥିଲେ। ଏହି ସମୟରେ ମହିଳା ଜଣଙ୍କ ପାଟି କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ପବନ ବେଗରେ ଫେରାର୍ ହୋଇଯାଇଥିଲେ। ଉକ୍ତ ଟଙ୍କା ବ୍ୟାଗ ମଧ୍ୟରେ ମହିଳାଙ୍କର ମନିପର୍ସ ସମେତ ଏକ ମୋବାଇଲ୍ ଫୋନ୍ ଓ ବ୍ୟାଙ୍କ ପାଶବୁକ ମଧ୍ୟ ରହିଥିବାର ଜଣାପଡ଼ିଛି। ଏନେଇ ବାରିପଦା ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ ପହଞ୍ଚି ବାରିପଦା ଟାଉନ ଥାନା ଅଧିକାର ଅଶୋକ କୁମାର ନାୟକ ତଦନ୍ତ କରିଛନ୍ତି। ବ୍ୟାଙ୍କର ସିସିଟିଭି ଯାଞ୍ଚ କରିବା ସହିତ ବିଭିନ୍ନ ଦିଗକୁ ଦେଖି ତଦନ୍ତ ଜାରି ରହିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.