ମୋ ସରକାର ପ୍ରଭାବ : ବାହାରୁ ଔଷଧ କିଣିବାକୁ ଲେଖି ଡାକ୍ତର ନେଲେ ନାମ

2

ପାଟଣାଗଡ/ସଚିନ ସାହୁ :ରୋଗୀଙ୍କୁ ବାହାରୁ ଔଷଧ ଲେଖିବା ଜଣେ ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ସବ୍‍ଡିଭିଜନାଲ ଡାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ଏଭଳି ଅପରାଧ ଲାଗି ରାଜ୍ୟ ସରକାର ଆଜି ନିଲମ୍ବିତ କରିଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଆଜି ବଲାଙ୍ଗିର ଗସ୍ତରେ ଥିବା ସମୟରେ ଡାକ୍ତର ଅଗ୍ରୱାଲ ରୋଗୀଙ୍କୁ ନିରାମୟ ଯୋଜନାରେ ମିଳୁଥିବା ଔଷଧ ବଦଳରେ ଦୋକାନରୁ ଔଷଧ କିଣିବାପାଇଁ ଚିଠା ଲେଖିଥିବା ତାଙ୍କ ନଜରକୁ ଆସିଥିଲା ।

ବର୍ଷକର ଗୋଟିଏ ଶିଶୁ ଡାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରୁ ଆସିଥିବାବେଳେ ତାଙ୍କୁ ଇଞ୍ଜେନକନ ଦେବାପାଇଁ ଡାକ୍ତର ଅଗ୍ରୱାଲ ଲେଖିଥିଲେ । ତେବେ ଡାକ୍ତର ଚିଠାରେ ଲେଖିଥିବା ନେଟ୍‍ଲିମାଇସିନ୍‍ ଓ ଆମିକାସିନ୍‍ ଇଞ୍ଜେକସନ ସେହି ଶିଶୁକୁ ଦିଆଯିବା କଥା ନୁହେଁ । କିନ୍ତୁ ଡାକ୍ତର ଲେଖିଥିବାରୁ ଶିଶୁ ଅଭିଭାବକ ବାଧ୍ୟହୋଇ ବାହାର ଦୋକାନରୁ ଖରିଦ କରିଥିଲେ ।ନିରାମୟ ଯୋଜନା ବାହାରୁ ଔଷଧ ଲେଖିଲେ ତାହାକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ଚେନାବନୀ ଦେଇଥିବାବେଳେ ଆଜି ଏଭଳି ଔଷଧ ଲେଖିଥିବା ଅଭିଯୋଗରେ ଡାକ୍ତର ଅଗ୍ରୱାଲଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.