ଜୁନାଗଡ/ଆଦିତ୍ୟ ମହାନ୍ତି :କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଦ୍ଵିତୀୟ 132/33 କେଭି ଗ୍ରୀଡ ସବ ଷ୍ଟେସନ୍ ଶକ୍ତି, ଶିଳ୍ପ, ତଥା ସ୍ଵରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି | ଏହି ନୂତନ ଗ୍ରୀଡ ଉଦଘାଟନ ହେବl ଦ୍ଵାରା କଳାହାଣ୍ଡି ଜିଲ୍ଲାର ପ୍ରାୟ ସାତଟି ବ୍ଲକ ଉପକୃତ ହେବା ସହ କେସିଙ୍ଗା ଜୁନାଗଡ ପର୍ଯ୍ୟନ୍ତ ସିଧାସଳଖ ଦ୍ଵିତୀୟ 132 କେଭି ଲାଇନ୍ ଚାର୍ଜ ହେବା ଫଳରେ ଜୁନାଗଡ ଗ୍ରୀଡକୁ ନିରବଛିନ୍ନ ବିଦ୍ୟୁତ୍ ସରବରାହ ହୋଇପାରିବ | ଏହାର ପରିଣାମ ସ୍ୱରୂପ ଉପଭୋକ୍ତାଙ୍କୁ ଉନ୍ନତ ମାନର ଓ ନିରବଛିନ୍ନ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କ୍ୟାପଟେନ ମିଶ୍ର ପ୍ରକାଶ କରିଛନ୍ତି | ଏହି ଲୋକାର୍ପଣ ଉତ୍ସବରେ ଓପିଟିସିଲ ସି ଜି ଏମ ଏସ କେ ହରିଚନ୍ଦନ. ଜିଏମ ଆର ଏନ୍ ମହାପାତ୍ର, ଭବାନୀପାଟଣା ମୁନିସପାଲିଟିର ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ. ଜୁନାଗଡର ପୂର୍ବତନ ନଗରପାଲ ମହେଶ୍ ସାହୁ, ଦିନେଶ ବଗର୍ତ୍ତୀ, ଦୁଷ୍ମନ୍ତ ନାୟକ. ମୁନା ନାୟକ ବାପି ରାଉତ ପ୍ରମୁଖ ଉପସ୍ଥିତ ଥିଲେ.
Sign in
Sign in
Recover your password.
A password will be e-mailed to you.