ପାଣ୍ଡିଆନଙ୍କ ଘର ସାମନାରେ ବିକ୍ଷୋଭ ମାମଲା, ହରି ଖୁଂଟିଆଙ୍କୁ ନୋଟିସରେ ବିଜେପି କ୍ଷୁବ୍ଧ On Mar 11, 2018 23 Share ପୋଲିସ ସାଜିଛି ରାଜନୈତିକ ଅସ୍ତ୍ର, ଦଳ ଏହାର ରାଜନୈତିକ ଜବାବ ଦେବା : ସଜ୍ଜନ ଭୁୁବନେଶ୍ୱର: ରାଜନୈତିକ ଉଦେ୍ଧଶ୍ୟ ରଖି ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କୁ ପୋଲିସ ଆସନ୍ତା ୧୩ ତାରିଖ ଦିନ କ୍ୟାପିଟାଲ ଥାନାରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତିକେୟନ ପାଣ୍ଡିଆନଙ୍କ ଘର ଆଗରେ ବିକ୍ଷୋଭ ମାମଲାରେ ବୟାନ ରଖିବାକୁ ନୋଟିସ ଦେବାକୁ ବିଜେପି ଦୃଢ ବିରୋଧ କରିଛି । \ଏ ସମ୍ବନ୍ଧରେ ଶ୍ରୀ ଖୁଂଟିଆଙ୍କୁ ନୋଟିସ ଯାଇଥିବା ସମ୍ବନ୍ଧୀୟ ସୂଚନା ଗଣମାଧ୍ୟମକୁ ଦେବା ସହ ଗୃହ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ପୋଲିସକୁ ରାଜନୈତିକ ଅସ୍ତ୍ର କରିଛନ୍ତି ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଉପଯୋଗ କରୁଥିବାରୁ ପାଣ୍ଡିଆନଙ୍କ ଘର ଆଗରେ ବିକ୍ଷୋଭ ହେଲେ ସେ ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ତୃତୀୟ ମହଲାରୁ ୫ ଶହ ଥାନାକୁ ରାଜନୈତିକ ଦୃଷ୍ଟିରୁ ନିୟନ୍ତ୍ରଣ କରା ଯାଉଥିବା ଓ ଏହି ଷଡଯନ୍ତ୍ରର ଅଙ୍ଗ ଭାବେ ବିଜେପିର ଜଣେ ଜିଲ୍ଲା ସଭାପତିଙ୍କୁ ଜାଣି ଶୁଣି ଟାର୍ଗେଟ କରା ଯାଉଥିବାରୁ ଦଳ ଏହାର ରାଜନୈତିକ ଜବାବ ଦେବ ବୋଲି ଶ୍ରୀ ଶର୍ମା କହିଛନ୍ତି । 23 Share FacebookTwitterGoogle+ReddItWhatsAppPinterestEmail