ରାଜଦାଣ୍ଡ  ଠାରେ ଦେବ ଦୀପାବଳି ଭଜନ ସଂନ୍ଧ୍ୟା ସମାରୋହ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ରାଜଦାଣ୍ଡ  ଠାରେ ଦେବ ଦୀପାବଳି ଭଜନ ସଂନ୍ଧ୍ୟା ସମାରୋହ–୨୦୧୯ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। 

   ଏହି କାର୍ଯ୍ୟକ୍ରମକୁ ଦେବୀ ମଠ ମହନ୍ତ ମହାରଜ ଶ୍ରୀ ରମାନନ୍ଦ ଦାସଜୀ ଉଦ୍ ଘାଟନ କରିଥିବା ବେଳେ ଆୟୋଜନ ହେମନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ତୀର୍ଥବାସୀ ପଣ୍ଡା , ଭାରତ ଭୂଷଣ ମହାନ୍ତି ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। 

ଏହି ଅବସରରେ ନୃସିଂହ ପ୍ରସାଦ ପାଢ଼ୀ, ପ୍ରସନ୍ନ କୁମାର ରଥ , କନ୍ଦର୍ପ ପାତ୍ର, ବ୍ରହ୍ମପୁରର  ବେଣୁଧର ସାସମଲ ଏବଂ ଜୟଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇ। ପରେ ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କଳାକାର ମାନଙ୍କ ଦ୍ଵାରା ଭକ୍ତି ନୈବେଦ୍ୟ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.