ବାରିପଦା,(ଦିଲ୍ଲୀପ ମହାନ୍ତି) : ପ୍ରେମରେ ପାଗଳ ହୋଇ ହିତାହିତ ଜ୍ଞାନ ଭୁଲିଗଲା। ବାରମ୍ବାର ପ୍ରତ୍ୟାକ୍ଷିତ ହେଲା ପରେ ମଧ୍ୟ କରିବସିଲା ଭୁଲ୍। ଶୋଇଥିବା ଅବସ୍ଥାରେ ଜଣେ ବିଧବା ମହିଳାଙ୍କୁ ସିନ୍ଦୁର ପିନ୍ଧାଇ ଶେଷରେ ଜେଲ୍ ଗଲେ ଯୁବକ। ଏମିତି ଏକ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଢିଙ୍କିନିଜିଆ ଗାଁରେ । ଏପରି କାଣ୍ଡ କରି ଗରିଫ ହୋଇ ଜେଲ୍ ଯାଇଥିବା ଯୁବକ ହେଉଛନ୍ତି ଉକ୍ତ ଗ୍ରାମର ଗୌତମ ଦେହୁରୀ(୩୫)। ଉଲ୍ଲେଖଯୋଗ୍ୟ ଯେ ବିବାହ ପରେ ସ୍ବାମୀ ମରିଗଲା ପରେ ଜଣେ ମହିଳା ଉକ୍ତ ଗ୍ରାମରେ ଥିବା ତାଙ୍କ ମାମୁଁ ଘରେ ଆସି ରହୁଥିଲେ। ମାତ୍ର ଅଭିଯୁକ୍ତ ଜଣଙ୍କ ପୂର୍ବରୁ ମଧ୍ୟ ଉକ୍ତ ମହିଳାଙ୍କୁ ବିବାହ କରିବାର ଜିଦ୍ କରି ଜୋର୍ଜବରଦସ୍ତ କରିଥିବା ମହିଳାଜଣଙ୍କ ଅଭିଯୋଗ କରିଛନ୍ତି। ମାତ୍ର ସେ ଶୋଇଥିବା ଅବସ୍ଥାରେ ଅଭିଯୁକ୍ତଜଣଙ୍କ ତାଙ୍କୁ ସିନ୍ଦୁର ପିନ୍ଧେଇଦେଇଥିବା ଆଜି ପୀଡ଼ିତା ଜଣଙ୍କ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି।
Sign in
Sign in
Recover your password.
A password will be e-mailed to you.