ଖଣ୍ଡପଡ଼ାଠାରେ ସିଭିଲ ଜଜ କୋର୍ଟ ଉଦ୍ଘାଟିତ 

0 2

ନୟାଗଡ଼ (ବିଶ୍ଵଜିତ ନାୟକ ) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାଠାରେ ସିଭିଲ ଜଜ କୋର୍ଟ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟ ବିଚାରପତି ବିଶ୍ୱନାଥ ରଥ ଯୋଗ ଦେଇଥିବା ବେଳେ ହାଇକୋର୍ଟ ରେଜିଷ୍ଟାର ପ୍ରତାପ ଚନ୍ଦ୍ର ପାତ୍ର, ଜିଲ୍ଲା ଜଜ୍ ଗୋପାଳ ଚରଣ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ଖଣ୍ଡପଡ଼ା ବାର ଆସୋସିଏସନ୍ ସଭାପତି ପ୍ରମୋଦ ଦାଶ ଏବଂ ସଂପାଦକ ସଂଗ୍ରାମ କେଶରୀ ମିଶ୍ର ପ୍ରମୂଖ ଉପସ୍ଥିତ ରହିଥିଲେ । ବିଚାରପତି ବିଶ୍ୱନାଥ ରଥ  ତାଙ୍କ ଭାଷଣରେ ଉପସ୍ଥିତ ଥିବା ଓକିଲ ମାନଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ । ହେଉଥିବା ସଭାଟି କିପରି ସନ୍ଧ୍ୟା ସୁଦ୍ଧା ସବୁ କାଯ୍ୟ ଶେଷକରି ସୋମବାର ଦିନ ଯେପରି କୋର୍ଟ  ଚାଲିବ ତାହା ଓକିଲ ମାନଙ୍କୁ ପରାମର୍ଶ ଦେଇଥିଲେ ।ଖଣ୍ଡପଡ଼ା ବାସି ଆଉ ନାୟ ପାଇବାରେ ବିଳମ୍ବଘଟିବ ନାହିଁ ବୋଲି କହିଥିଲେ । ସିନିୟର ଓକିଲ ମାନେ ଜୁନିୟର ଓକିଲମାନଙ୍କୁ ପାଖରେ ବସାଇ କିପରି ମକଦମା ପରିଚାଳନା କରାଯାଏ ତା ଉପରେ ଶିକ୍ଷା ପ୍ରଦାନ କରନ୍ତୁ ବୋଲି କହିଥିଲେ । ଜନସାଧାରଣଙ୍କ ସହ ସହଭାଗିଦାର ହୋଇ  ଓକିଲ ମାନେ ସେମାନଙ୍କର କାଯ୍ୟ ସମାପନ କରନ୍ତୁ ବୋଲି କହିଥିଲେ । ଏହି ସଭାରେ  ବହୁ ଆଇନଜୀବୀ, ବରିଷ୍ଠ ନାଗରିକ,ସମାଜସେବୀ,ଶିକ୍ଷାବିତ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.