ନୂଆପଡା.(ଅମିତ ପୁରୋହିତ) ; ସ୍ଥାନୀୟ ଇନ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନୂଆପଡା ତରଫରୁ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ବୃଷଭ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲକ୍ଷ୍ମୀ ହୋତା, ଜିଲ୍ଲା କ୍ରିଡା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ସର୍ବ ଶିକ୍ଷା ଅଭିଯାନର ଆଇଇଡି କୋଡିନେଟର ହେମନ୍ତ କୁମାର ଭୋଇ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ । ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ସଙ୍ଗେ ପ୍ରଦୀପ ପ୍ରଜୋଳନ କରି କାର୍ଯ୍ୟକ୍ରମର ଶୂଭ ଉଦଘାଟନ କରାଯାଇଥିଲା । ରାମେଶ୍ୱର ଦାସଙ୍କ ନିର୍ଦ୍ଦେଶନାରେ କସ୍ତୁର୍ବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଦିବ୍ୟାଙ୍ଗ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୪ ଚକିଆ ସ୍ୱୟଂ ଚାଳିତ ସାଇକଲ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ଶଙ୍କର୍ଷଣ ପୁରୋହିତ ପରିଚାଳନା କରିଥିବା ବେଳେ ମନୋରଞନ ଶତପଥି, କିଶୋର ପରିଡା, ଉପେନ୍ଦ୍ର ସାମଲ, ବିନୋଦ ଠାକୁର ଆଦି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post