କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

0 2

ନୟାଗଡ଼ (ବିଶ୍ୱଜିତ ନାୟକ): ନୟାଗଡ଼ ଜିଲ୍ଲା କଂଗ୍ରେସ ଜମିଟି ପକ୍ଷରୁ  କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାର ଉଭୟଙ୍କ ବିରୁଦ୍ଧରେ ବିକ୍ଷୋଭ, ଧାରଣା ଓ ପ୍ରତିବାଦ ସଭା ନୟାଗଡ କଚେରିବଜାର ଦୁର୍ଗାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ବଜାରରେ ଟମାଟ ,ପିଆଜ ଭଳି ଅତି ଆବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଜନସାଧାରଙ୍କୁ  କଷ୍ଟ ଦେଇଛିବୋଲି ଏହିସଭାରେ ଉପସ୍ଥିତ ଥିବା କଂଗ୍ରେସ କର୍ମି ବକ୍ତବ୍ୟ ରଖିଥିଲେ । କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ଉଭୟ ସରକାରଙ୍କର ଜନମାରଣ ଓ ଶ୍ରମିକମାରଣ ନୀତି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା ଓ ଆର୍ଥିକ ମାନ୍ଦାବସ୍ଥା ବିରୁଦ୍ଧରେ ଏହି ସଭା ଅନୁଷ୍ଠିତ ହୋଇଛି । କୃଷକମାନେ କିପରି ବ୍ୟାଙ୍କ ଋଣରେ ବୁଡି ରହିଛନ୍ତି ଏବଂ ଚାଷୀ ଆତ୍ମହତ୍ୟା, କୃଷକଙ୍କୁ ସଠିକ୍ ବଜାର ଦର ନମିଳିବା ଇତ୍ୟାଦି ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।  ଏହି ସଭାରେ ନୟାଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ହୁସେନ୍ ଖାଁ, ମନୋଜ କୁମାର ସାହୁ,  ମିଲି ପଣ୍ଡା, ବସନ୍ତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.