୬ ଜୁଆଡ଼ି ଗିରଫ :୭,୪୫୦ ଟଙ୍କା , ବାଇକ ଓ ୨ଟି ମୋବାଇଲ ଫୋନ ଜବତ

0 2

ବାରିପଦା(ଅରବିନ୍ଦ ଦାସ)-  ବାରିପଦା ସହର  ଉପକଣ୍ଠ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ନିକଟ  ବାଲି(ଚିପଟ ଅସ୍ତିଆ)ରେ ୬ ଜଣ ଜୁଆଡ଼ି ଜୁଆ ଖେଳୁଥିବା ଖବର ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାଙ୍କ ନିକଟରେ ପହଁଞ୍ଚିବା ପରେ ତାଙ୍କ ନିର୍ଦ୍ଦେଶ  କ୍ରମେ ବାରିପଦା ଟାଉନ ଥାନାର ଏକ ଟିମ ଚାଲିଥିବା ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ଚିପଟ ଅସ୍ତିଆ ଗ୍ରାମର ସଞ୍ଜୟ ବେହେରା, କିଷନ ବେହେରା, ପାଣ୍ଡୁ ସିଂ, କୁଳିଅଣା ଥାନା ତେନ୍ତୁଳିଡ଼ିଙ୍ଗା ଗ୍ରାମର ଜଗା ଘଢେ଼ଇ,  ବାରିପଦା ସଦର ଥାନା ଦୁର୍ଗାପୁର ଗ୍ରାମର ସଞ୍ଜୟ ସିଂ ଏବଂ ବାରିପଦା ଟାଉନ ଥାନା ଅମ୍ବିକାସାହିର ଗିରିଧର ପୃଷ୍ଟି ପ୍ରମୁଖ ୬ ଜଣ ଜୁଆଡ଼ିଙ୍କୁ ଜୁଆ ଖେଳୁଥିବା ଅବସ୍ଥାରେ ଧରିଥିବା ସମୟରେ ସେମାନଙ୍କ ନିକଟରୁ ନଗଦ ୭,୪୫୦ ଟଙ୍କା, ତାସ, ୨ଟି ମୋବାଇଲ ଫୋନ ଓ ଗୋଟାଏ ଆପାଚେ ବାଇକ ଜବତ କରିଛନ୍ତି । ଏଥି ସହିତ ବାରିପଦା ଟାଉନ ଥାନା ଏଏସଆଇ ଘନଶ୍ୟାମ ପରିଡ଼ାଙ୍କ ଏଫଆଇଆର କ୍ରମେ ଥାନା ଅଭିଯୁକ୍ତ ୬ ଜଣଙ୍କ ନାମରେ କେଶ ନଂ ୩୫୭/୨୦୧୯ ଏବଂ ଅଣ୍ଡର ସେକ୍ସନ ୩ ଓପିଜି ଆକ୍ଟରେ ମାମଲା ରୁଜୁ କରାଯାଇଛି । 

 

Leave A Reply

Your email address will not be published.