୫୬ ଏକର ଜାଗାରେ ୩ .୯କୋଟି  ଟଙ୍କାର ଗଂଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

0 2

 ଅପରେସନ କ୍ଲିନ ଗଂଜେଇ ଗଛ କଟା ଅଭିଯାନର  ଦ୍ୱିତୀୟ ଦିନ

ରାୟଗଡା(ସରୋଜ ସାହୁ)  – ରାୟଗଡା ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ଗଂଜେଇ ମୁକ୍ତ କରିବା ନେଇ ଲକ୍ଷ୍ୟ  ରଖିଥିବା ପ୍ରଶାସନ ତରଫରୁ ଦ୍ୱିତୀୟ ଦିନରେ ମଧ୍ୟ ଚନ୍ଦ୍ରପୁର ବ୍ଲକରେ ବେଆଇନ ଭାବେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ କରାଯାଇଛି    । ଅପରେସନ କ୍ଲିନ ଗଂଜେଇ ଗଛ କଟା ଅଭିଯାନ ଅନ୍ତର୍ଗତ ଦ୍ୱିତୀୟ ଦିନରେ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର, ଯବାଖାଲ ବନାଚଂଳ ନିକଟରେ ଚାଉଳଧୁଆଁ ଏବଂ ଫଳଫଳିଆ ନଦୀ ତଟରେ ୫୬ ଏକର ଜାଗାରେ ଅବୈଧ ଭାବରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୬ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଗଂଜେଇ ଗଛଗୁଡିକକୁ କାଟି ପୋଡି ନଷ୍ଟ କରି ଦିଆ ହୋଇଛି । ଏହି ଗଛକଟା ସମୟରେ ଚନ୍ଦ୍ରପୁର ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବେଳେ, ମୁନିଗୁଡା ଏସଡିପିଓ ଚନ୍ଦ୍ରଶେଖର ହୋତାଙ୍କ ନେତୃ୍ତ୍ୱରେ ଏପିଆର ପୋଲିସ ବାହିନୀ, ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହରାଙ୍କ ସମେତ ୧୦୦ରୁ ଉଦ୍ଧ୍ୱର୍ ଅବକାରୀ କର୍ମଚାରୀ, ବନ ବିଭାଗ କର୍ମଚାରୀ ଏବଂ ସିଆରପିଏଫ ଜବାନ ମାନେ ସାମିଲ ହୋଇଥିଲେ ।  

Leave A Reply

Your email address will not be published.