ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଶାନ୍ତ, ସୌମ୍ୟ ଆଉ ଅଚ୍ୟୁତ

0

 08-03-18-bjd-1.jpg - 1.84 MB

 ଆଜି ବିଧିବଦ୍ଧ ଭାବେ ରାଜ୍ୟସଭା ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ନନ୍ଦ,  ସୌମ୍ୟରଞ୍ଜନ ପଟ୍ଟନାୟକ,  ଓ  ଅଚ୍ୟୁତ ସାମନ୍ତ |  ରାଜ୍ୟସଭା ନିର୍ବାଚନ ପାଇଁ ଘୋଷିତ  ରିଟର୍ଣ୍ଣିଂ ଅଫିସର ରାଜେଲ ପାଟିଲଙ୍କ ନିକଟରେ  ବିଧାନସଭାରେ ଏହି ୩ ଜଣ ବିଜୁ ଜନତା ଦଳ  ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର  ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ପ୍ରଥମେ ପ୍ରଶାନ୍ତ ନନ୍ଦ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିଥଲେ। ଶ୍ରୀ ନନ୍ଦ ପ୍ରାର୍ଥୀପତ୍ର ଦାଖଲ କଲାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହିତ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ।

ତାପରେ ଦାଖଲ କରିଥିଲେ  ସୌମ୍ୟରଞ୍ଜନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ , ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ | 

ଶେଷରେ  ଅଚ୍ୟୁତ ସାମନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍, ବିଧାୟକ ଦେବୀ ମିଶ୍ର, ବଳଭଦ୍ର ମାଝୀଙ୍କ  ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

Leave A Reply

Your email address will not be published.