
ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫା, କୌଶଲ୍ୟାଗଙ୍ଗଠାରେ ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତୀକ ମହିଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ଅଧିବେଶନରେ ନଗର ତଥା ଗ୍ରାମାଂଚଳ ମହିଳାଙ୍କ ଜନଜୀବନର ଅଭ୍ୟୁଦୟ ଏବଂ ବିକାଶ ଉପରେ ଆଲୋକପାତ କରାଯାଇଥିଲା । ଅଧିବେଶନରେ ପୌରୋହିତ୍ୟ କରି ରବିନ୍ଦ୍ରକୁମାର ଦାସ, ଏସ୍.ପି. (ଇଂଟିଲିଜେନ୍ସ ଉଇଙ୍ଗ୍) ମହିଳାମାନଙ୍କବିକାଶ ନିମନ୍ତେ ଆମ ଦେଶରେ ବଳବତ୍ତର ଥିବା ଆଇନ୍ ଓ ବିଚାରଧାରାକୁ ଉପସ୍ଥାପନ କରିଥିଲେ । କୌଣସି ପରିସ୍ଥିତିରେ ଏହିପରି ସମ୍ବେଦନଶୀଳ ବିଚାରଧାରା ଗୁଡ଼ିକର ଅପବ୍ୟବହାର ନକରିବା ପାଇଁ ମଧ୍ୟ ସେ ନିବେଦନ କରିଥିଲେ । ସମାରୋହର ପ୍ରାରମ୍ଭରେ ସିଫାର ଥିବା ମହିଳା ଅଭିଯୋଗ ସମିତିର ଅଧ୍ୟକ୍ଷା ଡ଼ଃ କାନ୍ତା ଦାସମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତକରି ଦେଶର ମହିୟସୀ ମହିଳାମାନଙ୍କ ଉଦେ୍ଧଶ୍ୟରେ ସମ୍ମାନ ଜ୍ଞାପନ କରିବା ସଙ୍ଗେସଙ୍ଗେ ସମାଜରେ ପ୍ରଚଳିତ ଥିବା ପୁଅ ଝିଅଙ୍କ ମଧ୍ୟରେ ବାଛବିଚାର ନ ରହିବା ଉଚିତ୍ ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କମଧ୍ୟରେ ସିଫାର ନିର୍ବାହୀ ନିଦେ୍ର୍ଧଶକ ଡ଼ଃସୁଧାଂଶୁ ଶେଖର ମିଶ୍ର, ଇଉନିସେଫ୍ର ଶିକ୍ଷାବିତ୍ ଶ୍ରୀମତୀ ଲଳିତା ପଟ୍ଟନାୟକ ଏବଂ ଡି.ଏସ.ଟି ବୈଜ୍ଞାନିକ ଡ଼ଃମୌସୁମୀ ମହାନ୍ତି ପ୍ରମୁଖ ମହିଳା ସଶକ୍ତିକରଣ ନିମନ୍ତେ ନାରୀଜାଗରଣର ଭୂମିକାକୁ ଗୁରୁତ୍ୱ ଆରୋପ କରିଥିଲେ । ଅଧିବେଶନର ଶେଷରେ ସିଫାର ସହକାରୀ ମୁଖ୍ୟ ବୈଷୟିକ ଅଧିକାରୀ ଡ଼ଃ ଉକôଳଲକ୍ଷ୍ମୀ ମହାନ୍ତି ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।
