ପଦ୍ମପୁର(ଶାସକପ୍ରଶାସକ)-ଚେତନା ପରିଷଦ ପଦ୍ମପୁର ଆନୁକୂଲ୍ୟରେ ତୃତୀୟ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ସ୍ଥାନୀୟ ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମାଆ ଭଉଣୀ ମାନଙ୍କ ଦ୍ଵାରା ଲକ୍ଷ୍ମୀବାଈଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତା ମଧ୍ୟରେ ଝୋଟି, ରଙ୍ଗୋଲି, ସାଧାରଣ ଜ୍ଞାନ , ସଙ୍ଗୀତ ତଥା ମ୍ୟୁଜିକ୍ ଚେୟର ଥିଲା। ପରେ ପୁରସ୍କାର ବିତରଣୀ ଉତ୍ସବରେ ଅନୁଷ୍ଠିତ ସଭାରେ ଚେତନା ପରିଷଦ ସଭାପତି ହରିଶଙ୍କର ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନାଟ୍ୟକାର ଅଶୋକ ବହିଦାର ମୁଖ୍ୟଅତିଥି ଓ ଆଇନଜୀବୀ ପ୍ରଶାନ୍ତ ମାଝୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଣୀ ଲକ୍ଷ୍ମୀବାଈଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ପଦ୍ମପୁରର ମୁରାରୀ ପ୍ରସାଦ ପାଣିଗ୍ରାହୀଙ୍କୁ ନିଷ୍ଠାପର ସେବା ଓ ସୁମିଷ୍ଟ ବ୍ୟବହାର ପାଇଁ ସମ୍ମାନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରୁଷୋତ୍ତମ ଅଗ୍ରୱାଲ, ସପନ ମହାନ୍ତି, ବାପି ବଇକାର, ସୁଧାଂଶୁ ଦାଶ, ମନୋଜ ମହାନ୍ତି, ସରିତା ଦୋରା, ମିତାଲି ସିଂ, ସଂଯୁକ୍ତା ମାଝୀ, ରଞ୍ଜନ ପରମାର, ସୂର୍ଯ୍ୟ ମହାନ୍ତି ଆଦି ସାହାଯ୍ୟ କରିଥିଲେ। ପ୍ରାୟ ଦୁଇ ଶହ ମହିଳା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଶେଷରେ ସଂପାଦକ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.