Bhubaneswar/Shasak Prashasak : କେତେବେଲେ କାହାକୁ କାର୍ଟୁନ କରି, କେତେବେଳେ କାହାକୁ ତାତ୍ସଲ୍ୟ କରି , କେତେବେଳେ କାହାର ନକଲ କରି,କେତେବେଳେ ଗୃହର ମଧ୍ୟଭାଗରେ ହୋ ହାଲ୍ଲା କରି, କେତେବେଳେ ବାଚସ୍ପତିଙ୍କ ମାଇକ ଟାଣି ଆଣି ନିଜ ସ୍ୱଭାବ ସୁଲ୍ଲଭ ଭଙ୍ଗୀରେ ଗଣମାଧ୍ୟମ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟୁ ଥିବା ମାନ୍ୟବର ବିଧାୟକ ତାରା ବାହିନୀପତି(ଭାଲୁ) ପୁଣି ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ଉଡ଼ନ୍ତା ଚୁମ୍ମା ବା ଫ୍ଲାଇଙ୍ଗ କିସ କୁ ନେଇ | ସେ ପୁଣି ଆଉ କେଉଁଠି ନୁହେଁ, ବିଧାନ ସଭାରେ | ପୁଣି ଆଉ କାହାକୁ ନୁହଁ,ଖୋଦ ଗୃହର ସର୍ଵମୟ କର୍ତ୍ତା ମାନ୍ୟବର ବାଚସ୍ପତିଙ୍କ ଉଦ୍ଦେଶ୍ୟରେ | ଆଉ ତାହା ଗୃହରେ କିଛି ସମୟ ପାଇଁ ସୃଷ୍ଟି କରିଥିଲା ହାସ୍ୟ ରୋଳ | ଅବଶ୍ୟ ଏହା ଥଟ୍ଟାରେ ନୁହେଁ, ବରଂ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉତଥାପନ କରିବାକୁ ମାନ୍ୟବର ବାଚସ୍ପତି ସୁଯୋଗ ଦେଇଥିବା ଖୁସିରେ | ଶ୍ରୀ ବାହିନୀପତି ମଧ୍ୟ ସ୍ପଷ୍ଟ କରିଛନ୍ତି “ମାନ୍ୟବର ବାଚସ୍ପତିଙ୍କୁ ଅସମ୍ମାନ କରିବାକୁ ନୁହଁ ବରଂ ଏହା ଥିଲା ତାଙ୍କ ଉଦ୍ଦେଶ୍ୟରେ ମୋର କୃତଜ୍ଞତା ପ୍ରଦର୍ଶନ `| ମାନ୍ୟବର ବାଚସ୍ପତି ମହୋଦୟଙ୍କ ମନରେ ମୋ ନିର୍ବାଚନ ମଣ୍ଡଳୀର ପଛୁଆ ଅଂଚଳ ପାଇଁ ରହିଥିବା ସହୃଦୟତା ପାଇଁ ମୁ ସମ୍ମାନ ଜଣାଇ ଓ ଧନ୍ୟବାଦ ଦେବାକୁ ଫ୍ଲାଇଙ୍ଗ କିସ ଦେଇଥିଲି | ବିଧାନସଭାର ୧୪୭ ସଦସ୍ୟ ଭିତରେ ମତେ ପ୍ରଥମେ ପ୍ରଶ୍ନ ଉଠାଇବାକୁ ସୁଯୋଗ ଦେଇଥିବା ଯୋଗୁ ମୁ ଅତ୍ୟଧିକ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ କ୍ରୁତାଗୁଆତା ଜ୍ଞାପନ କରିଥିଲି ” ବୋଲି ବିଧାନସଭା ବାହାରେ ସାମ୍ବାଦିକମାନଙ୍କୁ କହିଥିଲେ ବିଧାୟକ ଶ୍ରୀ ବାହିନୀପତି
Sign in
Sign in
Recover your password.
A password will be e-mailed to you.
Next Post