ଏମକେସି ହାଇସ୍କୁଲରେ ବିଶ୍ୱ ଶୌଚାଳୟ ଦିବସ ପାଳିତ

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବିଦ୍ୟାଳୟର  ପ୍ରଧାନ ଶିକ୍ଷୟତ୍ରୀ ଡ଼ଃ ପ୍ରଜ୍ଞାପାରମିତା ଜେନାଙ୍କ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ଶୌଚାଳୟ ପାଳନର ତାତ୍ପର୍ଯ୍ୟ   ସମ୍ପର୍କରେ ଆଲୋକପାତ କରାଇବା ସହ ପରିଷ୍କାର ପରିଚ୍ଛନ୍ନ ଓ ସ୍ୱଚ୍ଛତା ପ୍ରତି ବିଶେଷ ଭାବେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ   । ଏହି ଅବସରରେ ଶୌଚାଳୟର ଉତ୍ତମ ବ୍ୟବହାର ଓ ପରିଷ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ସମସ୍ତେ ଶପଥ ନେଇଥିଲେ । ସେହିପରି ବିଦ୍ୟାଳୟର ଶିକ୍ଷକ ଅତୁଲ କୁମାର ପରିଡ଼ା , ଅମିତାଭ ମିଶ୍ର, ପରିଚାଳନା କମିଟି ସଭାପତି ସେକ୍ ଲାଇକୁଦ୍ଧିନ୍ ପ୍ରମୁଖ ବିଶ୍ୱ ଶୌଚାଳୟ ଦିବସ ପାଳନର ଉଦେ୍ଧଶ୍ୟ, ଲକ୍ଷ ଆଦି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିବା ସମୟରେ ବିଦ୍ୟାଳୟର ଶୌଚାଳୟର ବ୍ୟବହାରକୁ ଅଧିକ ଶୃଙ୍ଖଳିତ କରାଇବା ନିମନ୍ତେ ରାଜୀବ ଲୋଚନ ଜେନା, ଲକ୍ଷ୍ମୀନାରାୟଣ ମହାନ୍ତ, ଶିକ୍ଷୟତ୍ରୀ ଅଲିଭା ପୋଥାଳ ଓ ଗାୟତ୍ରୀ ପୃଷ୍ଟିଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା ।  ଏଥି ସହିତ ଛାତ୍ର ସ୍ୱଚ୍ଛତା ଦୂତ ଭାବେ ଛାତ୍ର ସାଇଦତ୍ତ ପଟ୍ଟନାୟକ ଓ ଗୌତମ ନାଏକ ଏବଂ ଛାତ୍ରୀ ସ୍ୱଚ୍ଛତା ଦୂତ ଭାବେ ଅର୍ପିତାଶତପଥୀ , ବର୍ଷା ହାଁସଦାଃଙ୍କୁ ମନୋନୀତ କରାଯାଇଥିଲା । ଶିକ୍ଷକ ଡ଼ା ଶଶୀଧର ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । 

 

Leave A Reply

Your email address will not be published.