ନୂଆଗଡ ବ୍ଳକର ସମ୍ବଲପୁର ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଳକର ସମ୍ବଲପୁର ଗ୍ରାମ ପଞ୍ଚାୟତରେ ଜଣ ସାଧାରଣଙ୍କ ନିମନ୍ତେ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

     ଯୁଗ୍ମ ଜନ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉପସ୍ଥିତ ରହି ଜନ ସାଧାରଣଙ୍କର ମୋଟ୧୨୩ ଗୋଟି ଅଭିଯୋଗ ଶୁଣାଣୀ କରିଥିଲେ। 

    ସେଥି ମଧ୍ୟରୁ ୯୬ ଗୋଟି  ବ୍ୟକ୍ତି ଗତ ଅଭିଯୋଗ ହୋଇଥିବା ବେଳେ ୨୭ ଗୋଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା।ଏହି ଅଭିଯୋଗ ଶୁଣାଣୀରେ ମୋଟ ୪ ଗୋଟି ଦରଖାସ୍ତ ଦାତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିରୁ ୨୪ ହଜାର ଟଙ୍କା ପ୍ରଦାନ କରିଥିଲେ।   ଏହି ଅଭିଯୋଗ ଶୁଣାଣୀରେ ନୂଆଗଡ ବ୍ଲକ ଚେୟାରମ୍ୟାନ୍ ଗୁଡ୍ ବାୟୀ ମଣ୍ଡଳଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ। ତତ୍ ସଙ୍ଗେ ସଙ୍ଗେ ନୂଆଗଡ ବିଡ଼ିଓଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

 

Leave A Reply

Your email address will not be published.