ସେଡିଂ ବସ୍ତିରେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ, ସ୍ୱାମୀ ଅଟକ

0 2

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଥାନା ଅନ୍ତର୍ଗତ ସେଡିଂ ବସ୍ତିରେ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଛି। ମୃତ ମହିଳା ଜଣକ ହେଲେ ବାସନ୍ତୀ ନାଏକ (୫୦)। ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରାୟ ସନ୍ଧ୍ୟା ୫ଟା ସମୟରେ କୌଣସି ସୂତ୍ରରୁ ସେଡିଂ ବସ୍ତିରେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ବାଡେଇ ମାରିଥିବା ଖବର ପାଇଥିଲା ବଡ଼ବିଲ ପୋଲିସ। ଘଟଣାସ୍ଥଳରେ ପହଞ୍ଚି ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରି ମୃତ ମହିଳାଙ୍କ ସ୍ୱାମୀ ସୁରେଶ ନଏକକୁ ଅଟକ ରଖିଛି। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ ହତ୍ୟାକାଣ୍ଡ କି ନୁହେଁ ଜଣା ପଡିବ ବୋଲି କହିଛନ୍ତି।

Leave A Reply

Your email address will not be published.