ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ:  ଅଙ୍ଗଦାନ ପାଇଁ ୬ ଜଣ ସତ୍ୟପାଠ କଲେ 

0 2

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଆତ୍ମା ଅବିନଶ୍ଵର  । ଯାହାର ମୃତ୍ୟୁ ନାହିଁ । ଆତ୍ମା ଶରୀରକୁ ତ୍ୟାଗ କରିବା ପରେ ଶରୀର ଅଦରକାରୀ ହୋଯାଏ । କିନ୍ତୁ ଆଧୁନିକ ସମୟର ବିଜ୍ଞାନ  ଶରୀରର ବିଭିନ୍ନ ଅଙ୍ଗକୁ ରୋଗୀଙ୍କ ଆବଶ୍ୟକତା ଅନୁସାରେ ପ୍ରତିରୋପଣ କରିବାର ବ୍ୟବସ୍ଥା ଆବିଷ୍କାର କରିବା ପରେ ବର୍ତମାନ ମୃତ୍ୟୁପରେ ଶରିରର ମୂଲ୍ୟ ଆଧୁନିକ ଚିକିତ୍ସା ବିଜ୍ଞାନ  ପାଇଁ ଅମୂଲ୍ୟ ହୋଇ ପଡିଛି ବୋଲି ସ୍ଥାନୀୟ ମହର୍ଷୀ ଦୟାନନ୍ଦ ଚାରିଟେବେୁଲ ଟ୍ରଷ୍ଟ ସହଯୋଗରେ ଅନୁଷ୍ଠିତ  ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିବା ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶରିର ଓ ଅଙ୍ଗଦାନ ଅଭିଯାନ କଟକ ଆନୁକୂଲ୍ୟରେ ଶିକ୍ଷକ ସାମାଜିକ ସେବା ଓ ସଚେତନତା ସଙ୍ଗଠନ ଡମସାହି, ରଣପୁରର ସାମାଜିକ କର୍ମୀ ପ୍ରଦୀପ୍ତସେନ ଗୁପ୍ତା କହିଥିଲେ । ଶରୀର ଦାନ ପାଇଁ ଅଙ୍ଗିକାର ବଧ ବ୍ୟକ୍ତିଙ୍କ ଠାରୁ ସାଧାରଣତଃ ମସ୍ତିଷ୍କ ମୃତ୍ୟୁପରେ ନିଆଯାଏ । କିଡନୀ, ଲିଭର, ଅଗ୍ନାଶୟ, ଫୁସପୁସ, ହୃତପିଣ୍ଡ, ଛକ୍ଷୁ, ତ୍ୱଚା, ଟିସୁ, ଅସ୍ଥି, ସ୍ନାୟୁରଜୁ, କ୍ଷୁଦ୍ରାନ୍ତ୍ର ଆଦି ବିବିଦ୍ଧ ଅଙ୍ଗକୁ ନିଆଯାଇଥାଏ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁରାଳର ସୁକାନ୍ତ ଚୈାଦୁରୀ, ରାଜକିଶୋର ନାୟକ, ଓଡଗାଁର ଶଶୀଭୁଷଣ ଆଚାରୀ, କଂଟିଲୋର ଗଛସାର୍ ଅନ୍ତର୍ଯ୍ୟାମୀ ସାହୁ, କେନ୍ଦୁଢିପି ରଣପୁରର ପ୍ରଦୀପ୍ତ କୁମାର ସେନ ଗୁପ୍ତା ଏବଂ ଅରୁଣ ଶଙ୍କର ଆଚାରୀ ଅଙ୍ଗଦାନ ପାଇଁ ଆବଶ୍ୟକୀୟ ନଥିପତ୍ରରେ ସାକ୍ଷର କରି  ସମ୍ମତି ପ୍ରଦାନ କରିଥିଲେ । ଏହି ସଚେତନ କାର୍ଯ୍ୟକ୍ରମରେ ଆଦର୍ଶ ପଟ୍ଟନାୟକ, ସୁକାନ୍ତ ଚୈାଧୁରୀ, ଶଶୀଭୁଷଣ ଆଚାରୀ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରିଥରଲେ । ଅରୁଣ କୁମାର ଆଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

 

Leave A Reply

Your email address will not be published.