ମୁମ୍ବାଇ ଡାନ୍ସ ଫେଷ୍ଟିଭାଲ୨୦୧୯ରେ  କନିଷ୍ଠ ଓଡ଼ିଶୀ ବର୍ଗରେ ନୃତ୍ୟା ଶିଳ୍ପୀ ତନିଶା ବେବର୍ତ୍ତା ସମ୍ବର୍ଦ୍ଧିତ

0 2

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିର ଅପ୍ରତିଦ୍ୱନ୍ଦୀ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାରଳାଖେମୁଣ୍ଡିର ଷଷ୍ଟ ଶ୍ରେଣୀରଛାତ୍ରୀ  ତନିଷl ବେବର୍ତ୍ତା ମୁମ୍ବାଇ ଡାନ୍ସ ଫେଷ୍ଟିବେଲ୨୦୧୯ (ଅଗ୍ରୀକୋଲି ସଂସ୍କୃତି ଭବନ ,ମୁମ୍ବାଇ, ମହାରାଷ୍ଟ୍ର) ଠାରେ ସମ୍ବର୍ଦ୍ଧିତ ହୋଇଛନ୍ତି।

     ଭାରତରୁ ବଛା ହୋଇ ଥିବା  ୧୧ଜଣ କନିଷ୍ଠ ଏକକ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ମଧ୍ୟରେ  ତନିଶା ବେବର୍ତ୍ତା ଶ୍ରେଷ୍ଠ ସ୍ଥାନ ଅଧିକାରୀ ହୋଇଛନ୍ତି। ତ୍ରିଭଙ୍ଗ କଳା ଓ ସଂସ୍କୃତି ପରିଷଦ, ବମ୍ବେର ମୁଖ୍ୟ ତଥା ନିର୍ଦେଶକ ଗୁରୁ ବିକ୍ରମ ସାମଲ ଏବଂ  ନ୍ୟୁ ମୁମ୍ବାଇ ବିଧାୟକ ତଥା ମହାରାଷ୍ଟ୍ରର ଉଚ୍ଚକତ୍ତୃପକ୍ଷଙ୍କ ଦ୍ୱାରା  ତନିଶା ପ୍ରମାଣ ପତ୍ର ଏବଂ ଟ୍ରଫି  ପାଇଥିଲେ।।  ଏଣୁ ଏହି ଅବସରରେ ଗୁରୁ ଡି.ପ୍ରିୟଙ୍କା , ପିତା ଆଇନଜୀବୀ ପ୍ରଦୀପ ବେବର୍ତ୍ତା ,  ମାତା ଶ୍ରୀମତୀ ଅରୁପାଞ୍ଜଳି ମହାନ୍ତି,  ଜେଜେ ଇଂଜିନିୟର ଶ୍ୟାମାନନ୍ଦ ବେବର୍ତ୍ତା ଜେଜେମା ମନୋହାରୀ  ବେବର୍ତ୍ତା , ବିଚିତ୍ରାନନ୍ଦ  ବେବର୍ତ୍ତା ଏବଂ ସମସ୍ତ ଶୁଭ ଚିନ୍ତକ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି। 

Leave A Reply

Your email address will not be published.