ସାମ୍ବାଦିକ ଲଷ୍ମୀରଞ୍ଜନ ବାଗ ଙ୍କ ମା ନୟନ ବାଗଙ୍କ ପରଲୋକ।

0 2

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ଲଷ୍ମୀରଞ୍ଜନ ବାଗ ଙ୍କ ମା ନୟନ ବାଗ ଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।ବର୍ଦ୍ଧକ୍ୟ ଜନିତ ରୋଗରେ କିଛି ଦିନ ହେଲା ଆକ୍ରାନ୍ତଥିବା ବେଳେ ଗତ ଶୁକ୍ରବାର ବିଳମ୍ବିତ ରାତିରେ କଲମପୁର ବ୍ଳକ ଦେପୁର ପଂଚାୟତ ଅଧିନସ୍ଥ ବାବୁକେନ୍ଦୁଗୁଡା ନିଜ ବାସଭବନରେ ଶ୍ରୀମତୀ ବାଗ ଙ୍କ ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଅବସର ପ୍ରାପ୍ତ ଶିକ୍ଷକ ମହାଦେବ ବାଗ,ପୁଅ ସୁଧୀର ବାଗ ଓ ଲକ୍ଷ୍ମୀ ରଞ୍ଜନ ବାଗ ଙ୍କ ସମେତ ଝିଅ ଜ୍ୱାଇଁ,ବୋଉ ଓ  ନାତିନାତୁଣୀ ଉପସ୍ଥିତ ଥିଲେ।ଶନିବାର ସକାଳୁ ହାତୀନଦୀ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।କଲମପୁର ବ୍ଳକ ଯାଦବ ମହାସଭାର ସଭାପତି କୃଷ୍ଣ ଚନ୍ଦ୍ର ସିଂ ଲହଜଳ,ଅଭିମନ୍ୟୁ ବାଗ,ପ୍ରଶାନ୍ତ କଂକରିଆ,ଅଶୋକ କାଣ୍ଡ ଓ ଡମ୍ବରୁଧର ନାଗ ପ୍ରମୁଖ ଉପସ୍ଥିତ ରହି ମର ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ବଡ଼ ପୁଅ ସୁଧୀରମୁଖାଗ୍ନି ଦେଇଥିବା ବେଳେ ତାଙ୍କ ଶବ ଯାତ୍ରାରେ ବହୁ ଲୋକ ସାମିଲ ହୋଇଥିଲେ।।

ଶ୍ରୀମତୀ ବାଗଙ୍କ ଦେହାନ୍ତରେ ଶାସକ ପ୍ରଶାସକ ପରିବାର ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି | ସାମ୍ବାଦିକ ଶ୍ରୀ ବାଗଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ “ଶାସକ ପ୍ରଶାସକ” ପରିବାର ପକ୍ଷରୁ ମୁଖ୍ୟ ସମ୍ପାଦକ ଗିରିଜା ଶଙ୍କର ଦାଶ, ପରିଚାଳନା ସମ୍ପାଦକ ଧନଞ୍ଜୟ ହୋତା, ବ୍ୟୁରୋ ମୁଖ୍ୟ ଗୌରାଙ୍ଗ ଚରଣ ଦାସ ଓ ସ୍ଥାନୀୟ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଆଦିତ୍ୟ ମହାନ୍ତି ସମବେଦନା ଜ୍ଞାପନ କରିବା ସହ ଅମରଆତ୍ମାର ସଦ୍ଗତି କାମନା କରିଛନ୍ତି |     

Leave A Reply

Your email address will not be published.