ବ୍ଲକ ସ୍ତରୀୟ ନିଯୁକ୍ତି ଭିତିକ କର୍ମଶାଳା: ପ୍ରଶିକ୍ଷଣ କର୍ମନିଯୁକ୍ତି ପାଇବାକୁ ୩୫୦ ଯୁବକ ଯୁବତୀ ମନୋନୀତ

0 2

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡିଶା ଜୀବିକା ମିଶନ ଓ ଓରମାସର ମିଳିତ ଆନୁକୂଲ୍ୟରେ ଓଡଗାଁ ଇନ୍ଡୋରଷ୍ଟାଡିୟମରେ ଦକ୍ଷତା ବିକାଶ ଓ ରୋଜଗାର ସହାୟତା ନିମନ୍ତେ ବ୍ଲକ ସ୍ତରୀୟ ନିଯୁକ୍ତି ଭିତିକ କର୍ମଶାଳା ଅନୁଷ୍ଠିତ  ହୋଇଥିଲା । ଗ୍ରାମାଂଚଳର ୧୮ରୁ ୩୫ବର୍ଷ ବୟସର ବେରୋଜଗାରୀ ଯୁବକ ଯୁବତୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବୈଷୟିକ ପ୍ରଶିକ୍ଷଣ ପ୍ରଦାନକରି ସେମାନଙ୍କର ଦକ୍ଷତା ବିକାଶ କରିବା ସହିତ ରୋଜଗାରକ୍ଷମ କରି ସ୍ୱାବଲମ୍ବୀ କରିବା କର୍ମଶାଳାର ଉଦେଶ୍ୟ ଥିଲା । ଏହି କର୍ମଶାଳାରେ ପରାମର୍ଶ ଗ୍ରହଣ କରିବା ପାଇଁ ୬ଶହ ଯୁବକ ଯୁବତୀ ସେମାନଙ୍କର ନାମ ପଞ୍ଜିକୃତ କରିଥିଲେ । ୧୫ଟି ବିଭିନ୍ନ ସଂସ୍ଥାର ପିଆଇଏ ମାନେ ଯୋଗ୍ୟତା ଭିତିରେ ସେମାନଙ୍କ ଭିତରୁ ୩୫୦ ଜଣକୁ ପ୍ରଶିକ୍ଷଣ କର୍ମନିଯୁକ୍ତି ପାଇଁ ଚୟନ କରିଥିଲେ । ଏବଂ ଅନ୍ୟ ଇଛୁକ ପାର୍ଥି ମାନଙ୍କୁ ପ୍ରଶିକ୍ଷଣ ଓ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।  ଓଡଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ ସୁବାଷ ଚନ୍ଦ୍ର ରାୟ, ବିଡିଓ ସ୍ୱାତିଲେଖା ଦାସ, ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ, ଓଡିଶା ଜୀବିକା ମିଶନ ଜିଲ୍ଲାପରିଚାଳକ ସଂଜୟ କୁମାର ମହାପାତ୍ର, ଓରମାସର ଡେପୁଟି ସି.ଇ.ଓ ପ୍ରବୀଣ କୁମାର ଓଝା, ଜିଲ୍ଲା ସଂଯୋଜକ ଅବିନାଶ ଜେନା ଅତିଥିଭାବେ କର୍ମଶାଳାର ଉଦଘାଟନି ସଭାରେ ଯୋଗଦେଇଥିଲେ । ବ୍ଲକ ସଂଯୋଜିକା ଆରତୀ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ନୋଡାଲ ଅଫିସର ସମୀର ରଂଜନ ମହାପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.