ଖୁଣ୍ଟରେ ବାନ୍ଧିଲେ, ନିସ୍ତୁକ ଛେଚିଲେ

0 2

ମୋବାଇଲ୍ ଚୋରୀ ସନ୍ଦେହରେ ବିଜୁଳି ଖୁଣ୍ଟରେ ବନ୍ଧା ହୋଇ ନିସ୍ତୁକ ଛେଚା ଖାଇଲା ମଦୁଆ ଡ୍ରାଇଭର

ବାରିପଦା,(ଦିଲ୍ଲୀପ ମହାନ୍ତି): – ମୋବାଇଲ୍ ଚୋର ସନ୍ଦେହରେ ଆଜି ଜଣେ ମଦୁଆ ଡ୍ରାଇଭର ବିଜୁଳି ଖୁଣ୍ଟରେ ବନ୍ଧା ହୋଇ ସ୍ଥାନୀୟ ଲୋକଙ୍କ ପାଖରୁ ନିସ୍ତୁକ ଛେଚା ଖାଇଥିବାର ଘଟଣା ଘଟିଛି ବାରିପଦା ଷ୍ଟେସନ ବଜାର ଅଂଚଳରେ। ଆଜି ଅପରାହ୍ନରେ ସ୍ଥାନୀୟ ଷ୍ଟେସନ ବଜାର ନିକଟରେ ଗାଡି ରଖି ଜଣେ ଡ୍ରାଇଭର୍ ନିଶାରେ ଚୁର୍ ହୋଇ ପାଟିଗୋଳ କରୁଥିଲା। ତେବେ ଏହି ସମୟରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କର ମୋବାଇଲ୍ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଉକ୍ତ ମଦ୍ୟପ ଡ୍ରାଇଭର୍ ଉପରେ ସମସ୍ତଙ୍କର ସନ୍ଦେହ ହୋଇଥିଲା। ଫଳରେ ସ୍ଥାନୀୟ ଲୋକମାନେ ତାକୁ ଏକ ବିଜୁଳି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।  ଘଟଣାସ୍ଥଳରେ ପୁଲିସ୍ ପାଟ୍ରୋଲିଂ ଭ୍ୟାନ୍ ପହଞ୍ଚିଥିଲା। ତେବେ ଏନେଇ ଥାନାରେ କୌଣସି ପକ୍ଷରୁ ଅଭିଯୋଗ  ହୋଇନଥିବା ଜଣାପଡ଼ିଛି।

Leave A Reply

Your email address will not be published.