କେଲେଣ୍ଡା ସ୍କୁଲରେ ପୋଷାକ ବିତରଣ ଉତ୍ସବ: ଯୋଗଦେଳେ ପଦ୍ମଶ୍ରୀ ହଲଧର

0 2

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କେଲେଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ତରଫରୁ ପୋଷାକ ବଂଟନ କରାଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତି ପଣ୍ଡାଙ୍କ ସଭାପତୀତ୍ୱ ଅନୁଷ୍ଠିତ  ସଭାରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି, ମେଲଛାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣି ଗୋଚ୍ଛାୟତ, ସ୍କୁଲ କମିଟି ସଭାପତୀ ଚନ୍ଦ୍ର ବିଶି, ମୋ ସ୍କୁଲ ଅଭିଯାନ ସଭାପତୀ ପ୍ରଭାତ ମାଝୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ ନାଗ ଛାତ୍ର ଛାତ୍ରୀ ମାନଙ୍କୁ ନିଜର କବିତା ମାଧ୍ୟମରେ ନିଜକୁ ଭଳ ମଣିଷ ହେବା ଗଠିବା ପାଇଁ ଉପଦେଶ ଦେଇଥିବା ବେଳେ ସବ ଇନ୍ସପେକ୍ଟର ଗୋଚ୍ଛାୟତ ଭଳ ପାଠ ପଢି ବଡ ମଣିଷ ହୋଇ ଅଂଚଳର ଟେକ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଆମନ୍ତ୍ରୀତ ଅତିଥି ମାନଙ୍କ ଦ୍ୱାରା ପ୍ରଥମରୁ ସପ୍ତମ ଶ୍ରେଣୀର ୫୨ଜଣ ଛାତ୍ର ଛାତ୍ରୀଙ୍କ ନୂତନ ପୋଷାକ ଓ ଜୋତା ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ସାଧବି ମାଝୀ, ମଂଜୁଲା ହରିପାଲ ଓ ଶିକ୍ଷକ ସୁଶାନ୍ତ ବିଶ୍ୱାଲ ମଂଚ ପରିଚାଲନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅନନ୍ତ ଭୋଇ, ପୂର୍ଣ୍ଣଚନ୍ଦ୍ର ଚୌହାନ, ରଘୁମଣି ଭୋଇ, ଭିକାରୀ ସାହୁ, ଅହଲ୍ୟା ସାହୁ, ବୈଦେହି ବରିହା, ଉଶାବତୀ ମହାନନ୍ଦ, ବିଣା ସାହୁ, ପଦ୍ମିନୀ ପାଣ୍ଡେ ପ୍ରମୁଖ କମିଟି ସଭ ସଭ୍ୟା ଉପସ୍ଥିତ ଥିଲେ । ଶେଷରେ ମହେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । 

Leave A Reply

Your email address will not be published.