ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ ହେବା ପାଇଁ ନିବେଦନ

0 1

ଆନ୍ତର୍ଜାତିକ ମାନସିକ ସ୍ବାସ୍ଥ୍ୟ ଦିବସ-“୨୦୧୯ ” :  

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମ ସ୍ଥିତ ମାନସିକ (ଦିବ୍ୟାଙ୍ଗ ) ଅନଗ୍ରସର ବିଦ୍ୟାଳୟ “ନିୟତୀ” ପକ୍ଷରୁ ବିଦ୍ୟାଳୟ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହାୟତାରେ ଜିଲ୍ଲା ସ୍ତରୀୟ “ଆନ୍ତର୍ଜାତିକ ମାନସିକ ସ୍ବାସ୍ଥ୍ୟ ଦିବସ-୨୦୧୯” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    “ନିୟତୀ” ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ  ଶିକ୍ଷାବିତ ଗୁରୁ ଗୌରବ ଗୌର ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନସିକ ଅନଗ୍ରସରଙ୍କ ପ୍ରତି ସବୁବେଳେ ସାହାଯ୍ୟର ହାତ ବଢ଼ାଇବା ସହ ସେମାନଙ୍କ ପ୍ରତି ଚିନ୍ତା କରି ସହାନୁଭୁତି ଦେଖାଇବା ଏବଂ ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ଆମର ପରମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି କହିଥିଲେ ।

        ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଆବାସିକ ବିଦ୍ୟାଳୟ ମାଧ୍ୟମରେ ମାନସିକ ଅନଗ୍ରସର ପିଲା ମାନଙ୍କ ଅଧିକାର ସମେତ ସେମାନଙ୍କ ସମସ୍ତ ବ୍ୟବସ୍ଥାର ବିକାଶ ହୋଇପାରିବ ।

ଜିଲ୍ଲା ପ୍ରସାଶନ ଏ ଦିଗରେ ଦୃଷ୍ଟି ଦେଇ ଆସୁଥିବା ସହ ନିଶ୍ଚିତ ଭାବେ  ଆବଶ୍ୟକ ପଦକ୍ଷେପ ମଧ୍ୟ  ନେବେ ବୋଲି କହିଥିଲେ ।

    ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରା ନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଜଣେ ବ୍ୟକ୍ତିର ମନ ମଧ୍ୟରେ ଆତ୍ମ ପ୍ରବଣତା ଭଳି ବିକାର  ଯେଉଁ ବାରମ୍ବାର ଆନ୍ଦୋଳିତ ହେଉଛି , ମନ ମଧ୍ୟରେ ସେହି  ବାରମ୍ବାର ଆନ୍ଦୋଳିତ ହେଉଥିବା ଭାରାକ୍ରାନ୍ତ ବିକାର କୁ ଏମିତି ଭାବେ ସାମିଲ କରନ୍ତୁ ଯେ ଯେମିତି ସେହି ବ୍ୟକ୍ତି  ତାହା ସମ୍ପୂର୍ଣ୍ଣ ଭାବେ ଭୁଲିଯାଇ ଆତ୍ମହତ୍ୟା ଭଳି କୌଣସି ପଦକ୍ଷେପ ନେବାକୁ ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରି ଜୀବନ ଯେ କେତେ ମୂଲ୍ୟବାନ  ତାହା ସେ ବୁଝିପାରିବ ବୋଲି କବିଥିଲେ ।

      ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ସଂଯୋଜିକା ଶିବାନୀ ପାଣିଗ୍ରାହୀ  ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାନସିକ ଅନଗ୍ରସର ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରୀ ସ୍ତରରେ ରହିଥିବା ବିଭିନ୍ନ ବିଧି-ବ୍ୟବସ୍ଥା ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଅରୁଣୀମା ସାହୁ , “ହେଲ୍ପ” ଅନୁଷ୍ଠାନର  ମୁଖ୍ୟ ଲିଙ୍ଗରାଜ ପାଣିଗ୍ରାହୀ ଏବଂ ଫିଜିଓଥେରାପିଷ୍ଟ ତଥା ଭୌତିକ ଚିକିତ୍ସକ ପ୍ରମୋଥ ନାଥ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମାନସିକ ଅନଗ୍ରସର ବ୍ୟକ୍ତି ଏବଂ ସେମାନଙ୍କ ପ୍ରତି ଆମର ମାନବିକତାର ସାହାଯ୍ୟ ଓ ସହାନୁଭୂତି କିଭଳି ରହିବା ଆବଶ୍ୟକ , ସେ ସମ୍ପର୍କରେ ଆଲୋଚନା ମାଧ୍ୟମରେ ବୁଝାଇଥିଲେ । ପରେ ବିଦ୍ୟାଳୟର ଜଣେ ମାନସିକ ଅନଗ୍ରସର ଥିବା ଛାତ୍ର ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ ଚିତ୍ତା-କର୍ଷକ ନୃତ୍ୟ  ପରିବେଷଣ  ।

    ଶେଷରେ “ନିୟତୀ” ମାନସିକ ଅନଗ୍ରସର ଅନୁଷ୍ଠାନ ପରିସରରେ ଥିବା ବିଦ୍ୟାଳୟର ଭୌତିକ ଚିକିତ୍ସା କେନ୍ଦ୍ରରେ ଭୌତିକ ଚିକିତ୍ସ୍ୟକ ପ୍ରମୋଥ ନାଥ ପାଢ଼ୀଙ୍କ ଦ୍ଵାରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଭୌତିକ ଚିକିତ୍ସା ତଥା ଫିଜିଓଥେରାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର  ଶିକ୍ଷୟତ୍ରୀ ସ୍ନେହଲତା ପାଣିଗ୍ରାହୀ , ଜ୍ୟୋତ୍ସ୍ନା ଡାକୁଆ ଏବଂ ଶାଶ୍ଵତ ବେବର୍ତ୍ତା,  ସୁନୀଲ ପ୍ରଧାନ, ସୁରେନ୍ଦ୍ର  ଭୂୟାଁ ,ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଆୟା ଅନ୍ନପୂର୍ଣ୍ଣା ନାୟକ ଏବଂ ଜୟା ଆମ୍ମା ପ୍ରମୁଖ ସହଯୋଗ କରିଥିଲେ ।

   ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.