ମନ୍ତ୍ରୀଙ୍କ ନୟାଗଡ଼ ଜିଲ୍ଲାମତ୍ସ୍ୟ ବିଭାଗ ସମୀକ୍ଷା : ୩୨ ଜଣ ମତ୍ସ୍ୟଜିବୀଙ୍କୁ ଜାଲ ବଂଟନ

2

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): କୃଷି କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିଜ ନିର୍ବାଚନ ମଣ୍ଡଳି ନୟାଗଡ ଗସ୍ତ ସମୟରେ ଓଡଗାଁ ଠାରେ ମତ୍ସ୍ୟ ବିଭାଗର ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ବିଡିଓ ସ୍ୱାତିଲେଖା ଦାସ, ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ (ପୁରୀ ଜୋନ) ସୁବଳ ଚନ୍ଦ୍ର ମହାନ୍ତି, ନୟାଗଡ ସହକାରୀ ମତ୍ସ୍ୟ ଅଧରକାରୀ ପୁଲିନ୍ କୁମାର ମାହାନ୍ତି, ପ୍ରଦୀପ୍ତ ବଳିଆରସିଂ, ଓଡଗାଁ ବ୍ଲକ ସହକାରୀ ମତ୍ସ୍ୟଧିକାରୀ ମନୋଜ କୁମାର ବେହେରା ଏବଂ ନୟାଗଡ଼ ସମବାୟ ନିରୀକ୍ଷକ ସନ୍ତୋଷ ଦଳବେହେରା ଯୋଗ ଦେଇଥିଲେ । ମତ୍ସ୍ୟ ଚାଷିଙ୍କୁ ବୈଶୟୀକ ଜ୍ଞାନକୈାଶଳ ପ୍ରଦାନ ଏବଂ ଆର୍ଥିକ ସହଯୋଗ ଠିକ ସମୟରେ ଯୋଗାଇ ଦେବା ପାଇଁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ବୁଢାବୁଢିଆଣୀ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିଲିଃ ଅନ୍ତର୍ଗତ ୨୦ଜଣ ଏବଂ ରଘୁନାଥ ପ୍ରାଥମିକ ସମବାୟ ସମିତି ଲିଃ ରୋହିବାଙ୍କର ୧୨ଜଣ ମୋଟ ୩୨ଜଣ ମତ୍ସ୍ୟଜିବିଙ୍କୁ ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ତରଫରୁ ମନ୍ତ୍ରୀ ନୂତନ ଜାଲ ବଂଟନ କରିଥିଲେ । ସୂଚନା ଥାଉକି ବୁଢାବୁଢିଆଣୀ ଓ ବାଘୁଆ ଜଳଭଣ୍ଡାରରେ ମାଛଧରି ପାରିବାର ପ୍ରରିପୋଷଣ କରୁଥିବା ଏହି ହିତାଧିକାରୀ ମାନଙ୍କର ଜାଲ ଗୁଡିକ ଗତ ତିତିଲି ବାତ୍ୟାରେ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । 

Leave A Reply

Your email address will not be published.