ଜଗତସିଂହପୁର ନବକୃଷ୍ଣ ଚୌଧୂରୀ ଷ୍ଟାଡିୟମର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ଦେଲେ ୬୪ ଲକ୍ଷ

2

ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମର ମରାମତି, ପୁନରୁଦ୍ଧାର ଓ ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୬୪,୦୪,୯୩୨ଟଙ୍କା ଅନୁମୋଦନ ଲାଭ କରିଛି।ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦାନ କରିବା ପରେ ଉକ୍ତ ଷ୍ଟାଡିୟମର ଚିତ୍ର ଦିନକୁ ଦିନ ବଦଳିବାରେ ଲାଗିଛି।ଯାହାକି ଷ୍ଟାଡିୟମକୁ ସଫା ସୁତରା କରିବା ସହିତ ସ୍ଥାୟୀଭାବେ ୧୦୦ କେଭି.ଏ କାପାସିଟିର ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂମ୍ପୁର୍ଣ୍ଣ କରିଛନ୍ତି।ଏମିତିକି କ୍ରିଡା ବିଭାଗ ପକ୍ଷରୁ ପ୍ରତିଦିନ ଦୌଡୁଥିବା ପିଲାମାନଙ୍କୁ ଜୋତା ପ୍ରଦାନ କରାଯିବା ସହିତ ଟେବୁଲ୍ ଟେନିସ ଖେଳିବା ପାଇଁ ବନ୍ଦୋବସ୍ତ କରାଯାଇଛି।ଏଥିସହିତ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ କ୍ରୀଡା ଓ ଯୁବସେବା ବିଭାଗ ଷ୍ଟାଡିୟମର ଉନ୍ନତିକରଣ ନିମନ୍ତେ ୬୪ ଲକ୍ଷ ଟଙ୍କା ଅନୁଦାନ ରାଶି ଯୋଗାଇ ଦେଇଛନ୍ତି।ଏହି ଅନୁଦାନ ରାଶି ରାସ୍ତା ଓ କୋଠାବାଡି ବିଭାଗ ବିନିଯୋଗ କରି ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟ କରିବେ।ସେହିପରି ସ୍ଥାନୀୟ ସଂସ୍କୃତି ଭବନର ଉନ୍ନତିକରଣ ନିମନ୍ତେ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ପାରାଦ୍ୱୀପ ପୋର୍ଟଟ୍ରଷ୍ଟ ସି.ଏସ୍.ଆର୍ ଫଣ୍ଡରୁ ୭୫ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି।ନବକୃଷ୍ଣ ଚୌଧୂରୀ ଷ୍ଟାଡିୟମ ଓ ସଂସ୍କୃତି ଭବନର ଉନ୍ନତିକରଣ କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.